ଏସଡିସି ଅଧକ୍ଷ ଆଡମାଙ୍କୁ ଦିଶାରି ପୂଜାରୀ ମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ସିମାଗୁଡ଼ି ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲାର କୋଣ ଅନୁକୋଣରୁ ବିଭିନ୍ନ ସମ୍ପରଦାୟର ଜନଜାତି ପରମ୍ପରାର ଶତାଧିକ ପୂଜକ ମାନେ ଏକତ୍ରିତ ହୋଇ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ତଥା ଜିଲ୍ଲା ଯୁବ ଜନତା ଦଳ ସଭାପତି ଶ୍ରୀ ଆଡମା ରାବା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଉପସ୍ଥିତ ପୂଜକ ମାନେ ଶ୍ରୀ ରାବା ଙ୍କୁ ଫୁଲତୋଡ। ଦେଇ ସ୍ବାଗତ କରିବା ସହିତ ଏସ ଡି ସି ଅଧକ୍ଷ ଙ୍କ ପ୍ରୟାସରେ ଜିଲ୍ଲାରେ ଅବହେଳିତ ଆଦିବାସୀ ମାନଙ୍କୁ ସସକ୍ତ କରିବା ତଥା ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ପଦକ୍ଷେପ ନେଇଥିବାରୁ ସମ୍ମାନ ଜଣେଇ ଶ୍ରୀ ରାବାଙ୍କୁ ଉପଢ଼କନ୍ ଦେଇ ସମ୍ବର୍ଦ୍ଧନା କରାଯାଇ ଥିଲା l ଏହି ପରିପକ୍ଷରେ ଶ୍ରୀ ରାବା କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସଦା ସର୍ବଦା ଜନ କଲ୍ୟାଣ ପାଇଁ ସମୟ ସମୟରେ ବିଭିନ୍ନ ଯୋଜନା ମାଧ୍ୟମରେ ସବୁ ବର୍ଗର ଲୋକଙ୍କ ପ୍ରତି ଦୃଷ୍ଟି ଦିଅନ୍ତି ସେଥି ମଧ୍ୟରୁ ମାଲକାନଗିରିର ଆଦିବାସୀଙ୍କ ପ୍ରତି ତାଙ୍କର ବିଶେଷ ଦୃଷ୍ଟି ରହିଥାଏ ସେଥି ଲାଗି ରାଜ୍ୟ ସରକାରଙ୍କ ଯେ କୌଣସି ଯୋଜନା ମାଲକାନଗିରିରୁ ଆରମ୍ଭ ହୋଇ ଥାଏ l ଏଭଳି ଅନେକ ବିଷୟରେ ଏହି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ପୂଜକ ମାନଙ୍କୁ କହିଥିଲେ ଶେଷରେ ସମସ୍ତଙ୍କୁ ଭୂମିଷ୍ଟ ପ୍ରଣାମ ଜଣେଇ ସଭା ସାଙ୍ଗ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ଦିସାରି ସଂଘ୍ ସଭାପତି ଲବ ପୋଡ଼ିଆମି, ଉପ ସଭାପତି ଭୀମସେନ ତେଲାମ, ଈର୍ମା ମାଢ଼ୀ, ଗଙ୍ଗା ମାଢୀ, ଇଙ୍ଗା କବାସି ଗଙ୍ଗା ମାଡ଼କାମି ଏବଂ ପ୍ରମୁଖ ୧୫ ଗୋଟି ମୁଠାର ସଭାପତି ଓ ସଦସ୍ୟା ଉପସ୍ଥିତ ଥିବା ବେଳେ ମଞ୍ଚ ପରିଚାଳନା ଶ୍ରୀମତୀ ସୁକ୍ରି ମାଡକାମି କରିଥିଲେ l

Leave A Reply

Your email address will not be published.