xmas

ହେଲ୍‌ପଲାଇନ୍‌ ନମ୍ୱର ଜାରି କଲା ପୂର୍ବତଟ ରେଳପଥ

ରାୟଗଡ଼ା ହେଲପ୍‌ଲାଇନ ନଂ- 9439741071, 7326812986 ନମ୍ୱର ଜାରି କରାଯାଇଛି।

ରାୟଗଡ଼ା: ଦୁର୍ଘଟଣା ପରେ ହେଲ୍‌ପଲାଇନ୍‌ ନମ୍ୱର ଜାରି କଲା ପୂର୍ବତଟ ରେଳପଥ। ବିଶାଖାପାଟଣା କୋଚିଂ କଣ୍ଟ୍ରୋଲ ନଂ- 8978080939, ବିଶାଖାପାଟଣା ଷ୍ଟେସନ ନଂ- 0891-2746330, 8106053052, ହେଲପ୍‌ଲାଇନ୍ ନଂ- 0674-2301625, 2301525, 2303069 ଜାରି କରାଯାଇଛି। ଏଥିସହ ରାୟଗଡ଼ା ହେଲପ୍‌ଲାଇନ ନଂ- 9439741071, 7326812986 ନମ୍ୱର ଜାରି କରାଯାଇଛି। ଦୁଇ ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନେ ଏହି ନମ୍ୱରରେ ଫୋନ୍‌ କରି ତଥ୍ୟ ସଂଗ୍ରହ କରିପାରିବେ ।

ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ ନିର୍ଦ୍ଧାରିତ ସମୟରେ ବିଶାଖାପାଟଣାଠାରୁ ଛାଡ଼ିଥିଲା। ବିଶାଖାପାଟଣା-ପଲାସା ପାସେଞ୍ଜର ଛାଡ଼ିବାର ୧୫ ମିନିଟ୍‌ ପରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ଛାଡ଼ିଥିଲା। କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍‌ଠାରୁ ୨୦୦ ମିଟର ଦୂରରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ଟି ଛିଡ଼ା ହୋଇଥିଲେ। ଠିକ୍‌ ସେହି ସମୟରେ ସେହି ଟ୍ରାକ୍‌ରେ ଆସୁଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା। ଫଳରେ ପଲାସା ପସେଞ୍ଜର ୨ଟି ବଗି ଅନ୍ୟ ଟ୍ରାକ୍‌ରେ ପଡ଼ିଥିଲା। ସେହି ସମୟରେ ଆସୁଥିବା ମାଲ୍‌ବାହୀ ଟ୍ରେନ୍‌ ପଲାସା ପାସେଞ୍ଜର ଦୁଇଟି ବଗିକୁ ଧକ୍କା ଦେଇଥିଲା। ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। 

ସ୍ଥାନୀୟ ଲୋକ ଓ ରେଳ ବିଭାଗ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଅନ୍ଧକାର ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ପ୍ରଭାବିତ ହେଉଛି। 

Leave A Reply

Your email address will not be published.