xmas

୩ ଟ୍ରେନ୍‌ ମଧ୍ୟରେ ଧକ୍କା; ୬ ମୃତ, ଅନେକ ଆହତ

ଦୁର୍ଘଟଣା ପରେ ପାସେଞ୍ଜର ଟ୍ରେନ୍‌ର ୨ଟି ବଗି ଅନ୍ୟ ଟ୍ରାକ୍‌ରେ ପଡ଼ିଥିଲା। ସେହି ସମୟରେ ଆସୁଥିବା ଏକ ମାଲ୍‌ବାହୀ ଟ୍ରେନ୍‌ ପାସେଞ୍ଜର ଟ୍ରେନ୍‌ର ବଗିକୁ ଧକ୍କା ଦେଇଥିଲା।

ରାୟଗଡ଼ା: ଗୋଟିଏ ଟ୍ରାକ୍‌ରେ ଆସୁଥିବା ବେଳେ ଦୁଇ ପାସେଞ୍ଜର ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ପାସେଞ୍ଜର ଟ୍ରେନ୍‌ର ବଗି ଅନ୍ୟ ଟ୍ରାକ୍‌ରେ ପଡ଼ିଥିଲା। ସେହି ସମୟରେ ଆସୁଥିବା ମାଲ୍‌ବାହୀ ଟ୍ରେନ୍‌ ଚଢ଼ି ଯାଇଥିଲା। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଆନ୍ଧ୍ରପ୍ରଦେଶ କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଘଟିଥିଲା। ଏଥିରେ ୬ରୁ ଅଧିକ ଯାତ୍ରାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଦୁଇ ପାସେଞ୍ଜର ଟ୍ରେନ୍‌ଟି ଓଡ଼ିଆ ଆସୁଥିବା ଜଣାପଡ଼ିଛି।

ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ ନିର୍ଦ୍ଧାରିତ ସମୟରେ ବିଶାଖାପାଟଣାଠାରୁ ଛାଡ଼ିଥିଲା। ବିଶାଖାପାଟଣା-ପଲାସା ପାସେଞ୍ଜର ଛାଡ଼ିବାର ୧୫ ମିନିଟ୍‌ ପରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ଛାଡ଼ିଥିଲା। କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍‌ଠାରୁ ୨୦୦ ମିଟର ଦୂରରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ଟି ଛିଡ଼ା ହୋଇଥିଲେ। ଠିକ୍‌ ସେହି ସମୟରେ ସେହି ଟ୍ରାକ୍‌ରେ ଆସୁଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ଧକ୍କା ଦେଇଥିଲା।

ର୍ଘଟଣା ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ସେହି ପରି ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନ୍‌ଟି ଲାଇନ୍‌ଚ୍ୟୁତ ହୋଇଥିଲା। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ ବର୍ତ୍ତମାନ ସୁଦ୍ଧା ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଦୁର୍ଘଟଣା ନେଇ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ରାତି ଅନ୍ଧକାର ଭିତରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଯେଉଁମାନଙ୍କୁ ଉଦ୍ଧାର କରାଯାଉଛି, ସେମାନଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତଙ୍କୁ ବିଶାଖାପାଟଣା ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଆନ୍ଧ୍ରପ୍ରଦେଶର ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାଶ ସହାୟତା ଯୋଗାଇ ଦିଆଯାଇଛି। 

ସେପଟେ ପୂର୍ବତଟ ରେଳପଥ ପକ୍ଷରୁ ଜାରି କରାଯାଇଛି ହେଲପ୍ ଲାଇନ୍ ନମ୍ବର। 0674-2301625, 2301525, 2303069 ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ଦୁର୍ଘଟଣା ସଂପର୍କରେ ପୂର୍ବତଟ ରେଳପଥର ସିପିଆରଓ ବିଶ୍ୱଜିତ ସାହୁ କହିଛନ୍ତି, ପଲାସାର ୨ଟି ବଗି ଓ ରାୟଗଡ଼ା ପାସେଞ୍ଜରର ଇଞ୍ଜିନ୍‌ ଲାଇନ୍‌ଚ୍ୟୁତ ହୋଇଛି। ବଗି ମାଲବାହୀ ଟ୍ରେନ୍‌ରେ ମାଡ଼ ହୋଇଥିଲେ ହେଁ କ୍ଷତି ହୋଇନି। ଉଭୟ ଟ୍ରେନ୍‌ରେ ମିଶି ୧୦୦ରୁ ୧୫୦ ଯାତ୍ରୀ ଥାଇପାରନ୍ତି। ଦୁର୍ଘଟଣାସ୍ଥଳରେ ପହଞ୍ଚିଲା ରେଳ ବିଭାଗର ଉଦ୍ଧାରକାରୀ ଦଳ। ଦୁର୍ଘଟଣାସ୍ଥଳକୁ ଗଲା ଭୁବନେଶ୍ବରରୁ ଏକ ଉଦ୍ଧାରକାରୀ ଦଳ। ତ୍ୱରିତ ବେଗରେ ଚାଲିଛି ଉଦ୍ଧାର କାର୍ଯ୍ୟ। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟରେ ୧୪ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଥିବା ସିପିଆଓ କହିଛନ୍ତି।

Leave A Reply

Your email address will not be published.