xmas

ଜିଲ୍ଲା ଆଦିବାସୀ ସମାଜ ମହାସଂଘର ନୂତନ କର୍ମକର୍ତ୍ତା ଚୟନ ଓ ଶପଥ ଗ୍ରହଣ ଉତ୍ସବ ପାଳିତ

ମାଲକାନଗିରି: ଜ଼ିଲ୍ଲା ଆଦିବାସୀ ସମାଜ ମହାସଂଘ, ମାଲକାନଗିରି ପକ୍ଷରୁ ଜ଼ିଲ୍ଲାସ୍ତରିୟ ନବଗଠିତ କର୍ମକର୍ତ୍ତାଙ୍କ ନିମନ୍ତେ ଶପଥ ଗ୍ରହଣ ଉତ୍ସବର କାର୍ଯ୍ୟକ୍ରମ ଆଜି ଡି.ଏନ୍.କେ ଖେଳ ପଡ଼ିଆ, ମାଲକାନଗିରି ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଲକାନଗିରି ଜ଼ିଲ୍ଲାର ୧୪ ଗୋଟି ଆଦିବାସୀ ସମାଜକୁ ନେଇ କର୍ମକର୍ତ୍ତା ଚୟନ କରାଯାଇଥିବା ବେଳେ ବରିଷ୍ଠ ନେତା ପୁର୍ବତନ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ବୁରୁଦା ସମସ୍ତ ନବ ନିର୍ବାଚତ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କୋରାଇଥିଲେ । ତେବେ ଜ଼ିଲ୍ଲା ଆଦିବାସୀ ସମାଜ ମହାସଂଘର ସଭାପତି ଭାବେ ବନ୍ଧୁ ମୁଦୁଲି, ଉପସଭାପତି ନୀଳକୋଣ୍ଠ କିର୍ସାନି, କାର୍ଯ୍ୟକାରୀ ସଭାପତି ଜରା ଶବର ମାଢ଼ି, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ମାଝୀ, ସାଧାରଣ ସମ୍ପାଦକ ହରିବନ୍ଧୁ ଗୋଲାରୀ, କୋଷାଧ୍ୟକ୍ଷ ଦେବେନ୍ଦ୍ର ଖିଲଙ୍କ ସହ ସମସ୍ତ ନବ ନିର୍ବାଚିତ ଶପଥ ଗ୍ରହଣ କରିଥିବା ବେଳେ ଏହି ସଭାଟିକୁ ପୂର୍ଣ୍ଣଚନ୍ଦ୍ର ମାଝୀ, ଲବେନ ସରେନ ଓ ଇର୍ମା ପଡିଆମି ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟକ ଚିତ୍ରକୋଣ୍ଡା ପୂର୍ଣ୍ଣ ଚନ୍ଦ୍ର ବାକା ଯୋଗଦାନ କରଥିବା ବେଳେ ଅନ୍ୟତମ ସମ୍ମାନିୟ ଅତିଥି ଭାବେ ମାଲକାନଗିରି ଜ଼ିଲ୍ଲା ଜନପ୍ରିୟ ନେତା ତଥା ପୁର୍ବତନ ବିଧାୟକ ମାନସ ମାଡକାମି, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ସମାରି ଟାଙ୍ଗୁଲ, ଜ଼ିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ଲଷ୍ମୀପ୍ରିୟା ନାୟକ, କରୁକୋଣ୍ଡା ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡି, ସାଂସଦ ପ୍ରତିନିଧି ମଦନ ଖସଲା, ପୂର୍ଵତନ ସରପଞ୍ଚ ସମନାଥ ବାର୍ଷେ, ପୂର୍ଵତନ ବ୍ଲକ ସଭାପତି ସର୍ବକୁମାର ବିଶୋଇ, ଲେମ୍ପ ଡାଇରେକଟର ଗୋପି ପାଙ୍ଗି, ଜ଼ିଲ୍ଲା ପରିଷଦ ସଭ୍ୟ ହିରୋନ୍ୟ ମୁଦୁଲି, ଯୁବ ନେତା କଣ୍ଟେଶ୍ୱର ପୋଟଲା, ଜ଼ିଲ୍ଲା ଆଦିବାସୀ ସମାଜ ମହାସଂଘ ଉପଦେଷ୍ଟା ଘେନୁ ମୁଦୁଲି, ବାକରମ ଖରା, କାନ୍ଦ୍ରା ହାଁସଦା, ଆନନ୍ଦ ମାଢ଼ି, ସନ୍ୟା କବାସୀ, ଇର୍ମା ମୁଦୁଲି, ବୃନ୍ଦାବନ ମାଝୀ, ଲଷ୍ମୀ ପିଜାରୀ, ସଦାଶିବ ପୁଜାରି, ରଘୁ ନାୟକ, ତ୍ରିନାଥ ଭୂମିଆ, କମଲୁ ହନ୍ତାଳ, ଶିବରାମ ଟାଙ୍ଗୁଲ, ଶ୍ରୀମତି ସରସ୍ବତୀ ନାୟକ, ଶ୍ରୀମତି ସୁଜାତା ମାଢ଼ି, ଦେବା ମାଡକାମିଙ୍କ ସହ ୧୪ ଗୋଟି ଆଦିବାସୀ ସମାଜର ସଭାପତି ସମସ୍ତ ସରପଞ୍ଚ, ସମସ୍ତେ ଅଧ୍ୟକ୍ଷ,ଅଧ୍ୟକ୍ଷା, ସମସ୍ତ ଜ଼ିଲ୍ଲା ପରିଷଦ ସଭ୍ୟ ସଭ୍ୟା ଯୋଗଦାନ କରିଥିଲେ ।

Leave A Reply

Your email address will not be published.