xmas

ସମ୍‌ରେ ଆନ୍ତର୍ଜାତିକ ପାଥୋଲୋଜି ଦିବସ ପାଳିତ

ଭୁବନେଶ୍ୱର, ୯ ନଭେମ୍ବର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଆନୁକୂଲ୍ୟରେ ବୁଧବାର ଆନ୍ତର୍ଜାତିକ ପାଥୋଲୋଜି ଦିବସ ପାଳିତ ହୋଇଯାଇଛି ।

ପ୍ରଦୂଷଣ ନିରାକରଣ ସଚେତନତା ଓ ଏ ସମ୍ପର୍କିତ ରୋଗରୁ କିପରି ନିଜକୁ ସୁରକ୍ଷିତ ରଖି ହେବ ଏହି ଅବସରରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା ।

ଚିକିତ୍ସା ବିଜ୍ଞାନରେ ରୋଗୀମାନଙ୍କର ସଠିକ୍ ରୋଗ ଚିକିତ୍ସା ଓ ରୋଗ ନିଦାନ ପାଇଁ ପାଥୋଲୋଜି ବିଭାଗର ଖୁବ୍ ଗୁରୁତ୍ୱ ରହିଛି । ବର୍ତମାନ ସମଗ୍ର ଭାରତରେ ବାୟୁ ପ୍ରଦୂଷଣ ଏକ ଭୟଙ୍କର ରୂପ ଧାରଣ କରିଛି । ଏହା ଦ୍ୱାରା ମଣିଷ ଶରୀରର ଫୁସ୍‌ଫୁସ୍ ଉପରେ ପଡୁଥିବା କୁପ୍ରଭାବ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଫୁସ୍‌ଫୁସ୍ ଜନିତ ରୋଗରେ ଆକ୍ରାନ୍ତ ହୋଇ ମୁତ୍ୟୃ ମୁଖରେ ପଡୁଛନ୍ତି ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜର ଅବସର ପ୍ରାପ୍ତ ସ୍ୱନାମଧନ୍ୟ ପାଥୋଲୋଜିଷ୍ଟ ପ୍ରଫେସର (ଡାକ୍ତର) ଜ୍ଞାନେନ୍ଦ୍ର ନାଥ ମହାନ୍ତି, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଣ୍ଡେଟେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ପାଥୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମହାପାତ୍ର ଓ କାର୍ଯ୍ୟକ୍ରମର ସମ୍ପାଦିକା ଡାକ୍ତର ପ୍ରଣିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।

ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ କୁଇଜ୍ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଡାକ୍ତର ଦେବାହୁତି ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ଆୟୋଜନ କରାଯାଇଥିବା ବେଳେ ଡାକ୍ତର ସୋମ୍ୟ ସୁରଥ ପଣ୍ଡା, ଡାକ୍ତର ବନାନୀ ଜେନା, ଡାକ୍ତର ଶୁଭଶ୍ରୀ ରାୟ ଓ ଡାକ୍ତର ଏଲୋରା ଦେବୀ ପ୍ରମୁଖ ସେମାନଙ୍କ ସନ୍ଦର୍ଭ ପାଠ କରିଥିଲେ । ଶେଷରେ ଡାକ୍ତର ସ୍ୱାଗତିକା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.