xmas

ସମବାୟ ବ୍ୟାଙ୍କର ୭୦ ବର୍ଷ ପୂର୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ

ମାଲକାନଗିରି, ୧୪।୧୧: ଆଜି ସର୍ବଭାରତୀୟ ସମବାୟ ବ୍ୟାଙ୍କର ୭୦ ବର୍ଷ ପୂର୍ତି ଉପଲକ୍ଷେ ମାଲକାନଗିରି ଜିଲ୍ଲା ସମବାୟ ବ୍ୟାଙ୍କ ତରଫରୁ ସମବାୟ ସପ୍ତାହ ପାଳନ ହୋଇଯାଇଛି । ଏହି ଅବସରରେ ମାରାଥନ ଦୌଡ ଓ ରକ୍ତଦାନ ଶିବିରର ଆୟୋଜନ କରଯାଇଥିଲା । ପ୍ରଥମେ ଜିଲ୍ଲା ସଦରର ସୁବାଷ ବୋସ ଛକ ନିକଟରୁ ମାରାଥନ ଦୌଡ ବାହାରି ଡି ଏନ୍ କେ ଖେଳ ପଡିଆ ଠାରେ ଶେଷ ହୋଇଥିଲ।। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ ଯୋଗ ଦେଇ ସବୁଜ ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲୋ ପରେ ପରେ ସମବାୟ ନିବନ୍ଧକ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲ।। ଏହି ରକ୍ତଦାନ ଶିବିରରେ ୨୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲ।। ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳ ଉପସଭାପତି ନୃସିଂହ ଚରଣ ମହାନ୍ତି ପରିଚାଳନା କରିଥିଲେ । ପରେ ପରେ ଆଜିଠାରୁ ଆରମ୍ଭ ହୋଇଥିବା ସମବାୟ ସପ୍ତାହ ସଚେତନ ରଥକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ବିଶାଲ ସିଂ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ ।

Leave A Reply

Your email address will not be published.