xmas

ବିଡିଓଙ୍କୁ ଦୁର୍ବ୍ୟବହାର ଓ ପଞ୍ଚାୟତ ସମିତି କାର୍ଯ୍ୟଳୟରେ ତାଲା ପକାଇବା ଘଟଣା, ନିନ୍ଦା କଲେ ବ୍ଲକ ଅଧକ୍ଷ୍ୟା: ବିଡିଓ ଦେଲେ ଲିଖିତ ଅଭିଯୋଗ

ମାଲକାନଗିରି, ୧୪।୧୧: ଗତ କାଲି ମାଲକାନଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ କିଛି ବିରୋଧୀ ଦଳର ସମର୍ଥନରେ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଓ କିଛି ଜନ ପ୍ରତିନିଧି କାର୍ଯ୍ୟାଳୟକୁ ଅନଧିକାର ଭାବେ ତାଲା ପକାଇ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ଗରିବ ଜନ ସାଧାରଣଙ୍କ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବା ସହ ବିଡ଼ିଓଙ୍କୁ ବ୍ୟକ୍ତିଗତ ଆକ୍ଷେପ ଓ ଅସଦାଚରଣ କରିଥିବା ଘଟଣାକୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୌରି ପଡିଆମୀ ଦୃଢ ହସ୍ତରେ ନିନ୍ଦା କରିଛନ୍ତି । ଏହିଭଳି ବିଶୃଙ୍ଖଳିତ କାର୍ଯ୍ୟକୁ ଗଣତନ୍ତ୍ର ସମାଜରେ କୌଣସି ସଭ୍ୟ ସମାଜ ବୁଦ୍ଧିଯିବି ଗ୍ରହଣ କରିବେ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କରିଥିବା ବେଳେ ଚଳିତ ମାସ ଲକ୍ଷ୍ମୀ ଯୋଜନାରେ ସମସ୍ତ ଗ୍ରାମକୁ ଲକ୍ଷ୍ମୀବସ ଚଳାଚଳ କରିବା ଓ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଅନୁଦାନ ମାଧ୍ୟମରେ ରାସ୍ତା ଘାଟ, ବିଦ୍ୟାଳୟର ଉନ୍ନତି କରଣ, ଜଗନ୍ନାଥ ସଂସ୍କୃତିର ଉନ୍ନତି କରଣ ଓ ପ୍ରଚାର ପ୍ରସାର ଭଳି ବିଭିନ୍ନ ଯୋଜନାକୁ ବିରୋଧୀ ଦଳ ସହ୍ୟ କରି ନପାରି ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ଏପରି ବିଶୃଙ୍ଖଳିତ କାର୍ଯ୍ୟ କରୁଥିବା ଶ୍ରୀମତୀ ପଡିଆମୀ ପ୍ରକାଶ କରିଛନ୍ତି । ବିରୋଧୀ ଦଳଙ୍କ ପ୍ରରୋଚନାରେ ପଞ୍ଚାୟତ ସମିତିର କିଛି ସଭ୍ୟ/ସଭ୍ୟା ଆଇନକୁ ହାତକୁ ନେଇ ଯେଉଁ ଭଳି ଘୃଣ୍ୟ କାର୍ଯ୍ୟ କରିଛନ୍ତି ଏହାକୁ ଜନ ସାଧାରଣ କେବେ ମଧ୍ୟ ଗ୍ରହଣ କରିବେ ନାହିଁ ସେମାନଙ୍କୁ ଏହାର ଜବାବ ଆଗାମୀ ନିର୍ବାଚନରେ ଜନ ସାଧାରଣ ଭୋଟ ସମୟରେ ଉଚିତ ଜବାବ ଦେବେ । ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ସବୁବେଳେ ଲୋକଙ୍କ ପାଖରେ ଓ ଲୋକଙ୍କ ପାଇଁ କାମ କରୁଛନ୍ତି । ପଞ୍ଚାୟତ ସମିତିର କାର୍ଯ୍ୟକ୍ରମରେ କୌଣସି ନିର୍ବାଚିତ ଜନ ପ୍ରତିନିଧିକୁ ଦଳ ଗତ ବିଭେଦ କରେ ନାହିଁ । ସମସ୍ତ କାର୍ଯ୍ୟକୁ ଠିକ ଭାବରେ ପରିଚାଳନା କରିବାରେ ମୁ ଅଧ୍ୟକ୍ଷା ଭାବେ ସମସ୍ତ ଜନ ପ୍ରତିନିଧିକୁ ଯଥା ସମ୍ଭବ ସହଯୋଗ ଦେଇ ଆସୁଅଛି । ନୂତନ ବିଡିଓ ଭାବେ ସୁଶ୍ରୀ ପ୍ରଭାତୀ ଝଡିଆ ମଧ୍ୟ କାର୍ଯ୍ୟ ଭାର ଗ୍ରହଣ କରିବା ଦିନ ଠାରୁ ବ୍ଲକର ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ ତଦାରଖ କରିବା ସହ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ତାଙ୍କର ସମ୍ପୂର୍ଣ୍ଣ ସହଯୋଗ ଦେଇ ଆସୁଛନ୍ତି । ତେବେ ଏହା ସହ ସେ ପ୍ରକାଶ କରିଛନ୍ତି ଯେ, ଗୁରାଖୁଣ୍ଟା ଗ୍ରାମ ପଞ୍ଚାୟତର ଜୈନିକ ବ୍ୟକ୍ତି ଯଗା ମାଡି ପିତା ମୁକା ମାଡିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନାରେ କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ପ୍ରଥମ କିସ୍ତି ଭାବେ ୪୦ ହଜାର ଟଙ୍କା ଦିଆଯିବା ସମୟରେ ସମାନ ନାମ ଏବଂ ପିତାଙ୍କ ନାମ ସମାନ ଥିବାରୁ ଯୋଗ୍ୟ ହିତାଧିକାରୀ ଯଗା ମାଡିଙ୍କ ଆଧାର ପରିବର୍ତ୍ତେ ସେହି ଅଞ୍ଚଳର ସମିତି ସଭ୍ୟାଙ୍କ ଶଶୁର ଯୋଗା ମାଡି ପିତା ମୁକା ମାଡିଙ୍କ ଆଧାର ଦ୍ଵାରା ଉକ୍ତ ଟଙ୍କା ତାଙ୍କ ଜମା ଖାତାରେ ଜମା ହୋଇଗଲା । ଏହାକୁ ପ୍ରଶାସନ ଜାଣିବା ପରେ ସମିତି ସଭ୍ୟାଙ୍କ ଶଶୁର ଯଗା ମାଡିଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ୩ ଥର ନୋଟିସ କରି ସାରିଲାଣି । ଏହି ଟଙ୍କାକୁ ହଡପ କରିବା ପାଇଁ ରୀତିମତ ଯୋଜନା କରି ପଞ୍ଚାୟତ ସମିତିକୁ ବଦନାମ କରିବା ପାଇଁ ଗତକାଲି ଏହିଭଳି ଯୋଜନା କରାଯାଇଥିବା ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ ପଡିଆମୀ ଅଭିଯୋଗ କରିଛନ୍ତି । ଏହାସହ ସେ ପ୍ରକାଶ କରିଛନ୍ତି ଯେ ସମସ୍ତେ ମିଳି ମିଶି ପଞ୍ଚାୟତ ସମିତିର ସମସ୍ତ ଉନ୍ନତି କରଣ କାର୍ଯ୍ୟକ୍ରମରେ ଭାଗିଦାରୀ ହୋଇ ଗରିବ ଜନ ସାଧାରଣଙ୍କ ଉନ୍ନତି କରିବାରେ ସହଭାଗୀ ହେବା ଉଚିତ । ତେବେ ଗତକାଲି ପଞ୍ଚାୟତ ସମିତି କାର୍ଯ୍ୟଳୟରେ ତାଲା ପକାଇବା ଓ ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣାରେ ବିଡିଓ ପ୍ରଭାତୀ ଝଡିଆ ଆଜି ଜିଲ୍ଲାପାଳ ଓ ଏସପିଙ୍କୁ ଲିଖିତ ରୂପେ ଜଣାଇବା ସହ ଏନେଇ ମାଲକାନଗିରି ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିବାର ସୂଚନା ରହିଛି ।

Leave A Reply

Your email address will not be published.