ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ୩ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପଞ୍ଚାୟତ ସ୍ତରରେ ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ କରୁଛି ବିଜୁ ଜନତା ଦଳ । ସେ ନେଇ ଆଜି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ୩ ଦିନିଆ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ମାଲକାନଗିରି ସହର ସଂସ୍କୃତି ଭବନ ଠାରେ । କେମିତି ସୋସିଆଲ ମିଡିଆ ମାଧ୍ୟମରେ ବିଜୁ ଜନତା ଦଳର ପ୍ରଚାର ପ୍ରସାର କାର୍ଯ୍ୟ କରିବାକୁ ହେବ, କେମିତି ସବୁ ଲୋକଙ୍କୁ ଏକଜୁଟ କରିବାକୁ ହେବ, କେମିତି ବିରୋଧୀ ବିଜେପି ଓ କଂଗ୍ରେସକୁ ସୋସିଆଲ ମିଡିଆ ମାଧ୍ୟମରେ କାଉଣ୍ଟର ଦିଆଯିବ ସେନେଇ ଦିଆଯାଉଛି ପ୍ରଶିକ୍ଷଣ । ବିଜୁ ଜନତା ଦଳର ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ହେଉଥିବା ୩ ଦିନିଆ ପ୍ରଶିକ୍ଷଣ ଶିବିରରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଦର ବ୍ଲକ ପଦ୍ମଗିରି ଜିଲ୍ଲା ପରିଷଦ ଜୋନର ୭ଟି ଗ୍ରାମ ପଞ୍ଚାୟତ ଓ ପଡିଆ ବ୍ଲକର ୮ଟି ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ କମ୍ମିଟି ଓ ବୁଥ୍ କମ୍ମିଟିର ସକ୍ରିୟ ବିଜେଡି କାର୍ଯ୍ୟକର୍ତ୍ତାଙ୍କୁ ନେଇ ଆଜି ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥରେ ରାଜ୍ୟ ବିଜୁ ଜନତା ଦଳର ମାଷ୍ଟର ଟ୍ରେନର ଅଶୋକ କୁମାର ନାୟକ ଏବଂ ଓମ୍ ପ୍ରକାଶ ସାହୁ ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ଥିବା ସମସ୍ତ ସକ୍ରିୟ ବିଜେଡି କାର୍ଯ୍ୟକର୍ତ୍ତାଙ୍କୁ ସ୍ୱତନ୍ତ୍ର ଭାବେ ଟ୍ରେନିଂ ପ୍ରଦାନ ଦେଇଛନ୍ତି । ଏଥିରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଯୋଗ ଦେଇ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଠାରେ ଦୀପ ପ୍ରଜ୍ଵଳନ କରି ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ସ୍ୱାଗତ ଭାଷଣ ମାଧ୍ୟମରେ ଆରମ୍ଭ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ତ୍ରିପାଠୀ, ବିଜେଡି ଜିଲ୍ଲା ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ଆଇନଜୀବୀ ସାମ୍ମୁଖ୍ୟ ସଭାପତି ତଥା ବରିଷ୍ଠ ବିଜେଡି ନେତା ଗୋପାଳ କୃଷ୍ଣ ପଣ୍ଡା, ବିଜେଡି ଉପଦେଷ୍ଟା ତପନ ସାନା, ବିଜେଡି ଉପ ସଭାପତି ନୃସିଂହ ଚରଣ ମହାନ୍ତି, ଜିଲ୍ଲା ଉପ ସଭାପତି ହୃଦାନନ୍ଦ ସାହୁ, ଉପ ସଭାପତି ଡନେଲ ପୋଟଲା, ଉପ ସଭାପତି ଗଣେଶ ମଣ୍ଡଳ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ, ପୋୖର ଅଧ୍ୟକ୍ଷ ତଥା ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ କୁମାର ବାରିକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ସାଧାରଣ ସମ୍ପାଦକ ପତିତପାବନ ବୈଦ୍ୟ, ସି ଏଚ୍ ରାବିଟ, ଅଜୟ ଦାସ, ଜିଲ୍ଲା ସମ୍ପାଦକ ଶଙ୍କର ସାହା, ବରିଷ୍ଠ ବିଜେଡି ନେତା ଜି ଶ୍ରୀନିବାସ ରାଓ (ବୁନା), ବ୍ଲକ ସଭାପତି ହେମନ୍ତ ପଟନାୟକ, ପର୍ଯ୍ୟବେକ୍ଷକ ପ୍ରସାଦ ବିଡିକା ଜିଲ୍ଲା ପରିଷଦ ସଭ୍ୟା କୁନି ଭୂମିଆ, ଜିଲ୍ଲା ପରିଷଦ ସଭ୍ୟା ସୁରଭି ଭୌମିକ, ବରିଷ୍ଠ ନେତା ସୁରେନ୍ଦ୍ର ନାଥ ରଥ, ଯୁବ ନେତା ଡମ୍ବରୁ ବାଗ ପ୍ରମୁଖଙ୍କ ସହ ପଡିଆ ବ୍ଲକ ଓ ମାଲକାନଗିରି ବ୍ଲକ ପଦ୍ମଗିରି ଜୋନର ସମସ୍ତ ପଞ୍ଚାୟତ ଓ ୱାର୍ଡସ୍ତରର ବିଜେଡି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Leave A Reply

Your email address will not be published.