xmas

କାଠ ଚୋରା ଚାଲାଣ, ଗାଡି ସହ ଦୁଇ ଗିରଫ, କାଠ ଜବତ

ମାଲକାନଗିରି: ମାଲକାନଗିରି ସଦର ବ୍ଲକ ପଦ୍ମଗିରି ପଂଚାୟତ ଛକ ଠାରେ ବନ ବିଭାଗ ଦ୍ୱାରା ସାଗୁଆନ କାଠ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛନ୍ତିା ମାଲକାନଗିରି ବନବିଭାଗ ତରଫରୁ ବନ କର୍ମଚାରୀ ମାନେ ମାଲକାନଗିରି ସଦର ବ୍ଲକ ପଦ୍ମଗିରି ଛକ ଠାରେ ଗାଡି ଯାଂଚ କରୁଥିବା ସମୟରେ ପଦ୍ମଗିରି ଠାରୁ ଏକ ପିକପ୍ ଭ୍ୟାନ୍ ଦ୍ରୁତ ଗତିରେ ଆସୁଥିବା ଦେଖି ଉକ୍ତ ଗାଡିକୁ ଅଟକାଇ ଗାଡି ଯାଂଚ କରିଥିଲୋ ଫଳରେ ଉକ୍ତ ଗାଡିରେ ସାଗୁଆନ କାଠ ଥିବା ଦେଖିବାକୁ ପାଇଥିଲୋ ଉକ୍ତ ଗାଡି ସହ ସାଗୁଆନ କାଠ ଜବତ କରିବା ସହ ଗାଡିରେ ଥିବା ଦୁଇଜଣଙ୍କୁ ଗିରଫ କରିଥିଲେ । ଗିରଫ ଦୁଇଜଣ ସୁକୁମା ଜିଲ୍ଲା ପେରେମାପରା ଗ୍ରାମର ରାମୁ ପଡିଆମି ଓ ଗଙ୍ଗା ନାଗା ଉକ୍ତ ଗାଡିରେ ମୋଟ ୩୦ ଖଣ୍ଡ ସାଗୁଆନ କାଠ ଥିବା ବେଳେ ଏହି ସାଗୁଆନ କାଠ ଛତିଶଗଡ ସୁକୁମା ଦେଇ ବିଶାଖାପାଟଣାକୁ ଚୋରା ଚାଲାଣ ହେଉଥିବା ଜଣାପଡିଛିା ଏହି ଚଢାଉରେ ମାଲକାନଗିରି ବନାଂଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କ ସହ ଅନ୍ୟ ବନ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.