xmas

ସ୍ୱାଭିମାନ ଅଞ୍ଚଳ ପଣଷପୁଟରେ ପଞ୍ଚକୁଣ୍ଡିଅ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ପଣଷପୁଟ ଗ୍ରାମ ଠାରେ ଗାୟତ୍ରୀ ପରିବାର ତରଫରୁ ଗଲା ଅଠର ତାରିଖ ଠାରୁ ପଞ୍ଚକୁଣ୍ଡିଅ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି l ଅଠର ତାରିଖ ଶନିବାର ଦିନ କଳସ ଶୋଭାଯାତ୍ର, ଦୀପ ମହାଯଜ୍ଞ ଓ ସନ୍ଧ୍ୟା ସମୟରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଜି ଉଣେଇଶ ତାରିଖ ରିଖ ରବିବାର ଦିନ ଘୃତଯଜ୍ଞ ସହ ପୂର୍ଣାହୂତି କରାଯାଇଥିଲା l ଉକ୍ତ ଗାୟତ୍ରୀ ଯଜ୍ଞରେ ପଣଷପୁଟ ଗ୍ରାମ ପଞ୍ଚାୟତରେ ୩୦୦ରୁ ଉର୍ଦ୍ଧ ଭକ୍ତ ଯୋଗ ଦେଇଥିଲେ l ଉକ୍ତ ଗାୟତ୍ରୀ ଯଜ୍ଞ ମାଧ୍ୟମରେ ଗାୟତ୍ରୀ ପରିବାରଙ୍କୁ ବ୍ୟକ୍ତି ନିର୍ମାଣ, ପରିବାର ନର୍ମାଣ ଓ ସମାଜ ନିର୍ମାଣ ଉପରେ ଆଲୋଚନା ସହ ଶିକ୍ଷା ଦିଆଯାଇଥିଲା ବିଶେଷ କରି ନିଶା ନିବାରଣ, ଗୁଟୁକା ନିବାରଣ, ବାଲ୍ୟ ବିବାହ ବନ୍ଦ କରିବା କାହିଁକି ବୃକ୍ଷ ରୋପଣ କରିବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ପାରିବାରିବା କ୍ଷେତ୍ରରେ ସରଳ ଯିପନଯାପନ, ପାରିବାରିକ ଉର୍ନତି ହେବା ଉପରେ ଶିକ୍ଷା ଦିଆଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ମାଲକାନଗିରି ଗାୟତ୍ରୀ ପରିବାର ଡୋଲୀ ପରିବାର ପରିଚାଳନା କରିଥିଲେ l

Leave A Reply

Your email address will not be published.