xmas

ଭାରତର ପ୍ରଥମ ମହିଳା ସୁପ୍ରିମକୋର୍ଟ ବିଚାରପତି ଏମ୍ ଫାତିମା ବିବିଙ୍କର ୯୬ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ବିଚାରପତି ଏମ୍ ଫାତିମା ବେଭିଙ୍କର ଗୁରୁବାର ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଫାତିମା ପ୍ରଥମ ମୁସଲମାନ ମହିଳା ବିଚାରପତି ଯିଏକି କୌଣସି ଉଚ୍ଚ ନ୍ୟାୟପାଳିକାରେ ନିଯୁକ୍ତ ହୋଇଥିଲେ। ଏପ୍ରିଲ୍ ୨୯, ୧୯୯୨ ରେ ଅବସର ନେବା ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଭାବେ ରହିଥିଲେ।

ଅବସର ନେବା ପରେ ସେ ଜାତୀୟ ମାନବାଧିକାର କମିଶନ ଭାବେ ଦାୟିତ୍ୱ ନେଇଥିଲେ। ପରେ ସେ ତାମିଲନାଡୁର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ।

ତେବେ ଜାନୁୟାରୀ ୨୬, ୧୯୫୦ ରେ ଆରମ୍ଭ ହୋଇଥିବା ସୁପ୍ରିମକୋର୍ଟରେ ଆରମ୍ଭରୁ ବହୁତ କମ୍ ମହିଳା ବିଚାରପତି ନିଯୁକ୍ତ ହୋଇଥିଲେ ଏବଂ ୭୧ ବର୍ଷରୁ ଅଧିକ ସମୟ ମଧ୍ୟରେ ୧୯୮୯ ମସିହାରେ ଏମ. ଫାତିମା ବିବିଙ୍କ ଠାରୁ ଆରମ୍ଭ କରି କେବଳ ଆଠଜଣ ମହିଳା ବିଚାରପତି ନିଯୁକ୍ତ ହୋଇଛନ୍ତି।

Leave A Reply

Your email address will not be published.