xmas

ହନ୍ତାଳଗୁଡ଼ା ଘାଟିରେ ଦୁର୍ଘଟଣା ଘଟି ୬ଜଣ ମୃତ

ଚିତ୍ରକୋଣ୍ଡା, ୨୫/୧୧/୨୦୨୩: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ହନ୍ତାଳଗୁଡ଼ା ଘାଟିରେ ଘଟିଛି ଏକ ଅଭାବନିୟ ଦୁର୍ଘଟଣା l ପ୍ରମୋଦ ସ୍ୱାଇଁ ନାମକ ଏକ ଠିକାଦାରଙ୍କର ସ୍ୱାଭିମାନ ଅଞ୍ଚଳରେ ଚାଲିଥିବା କନଷ୍ଟ୍ରକସନ କାମ ପାଇଁ ଏକ ସିମେଣ୍ଟ ରଡ଼ ବୋଝେଇ ଟିପର ଗାଡ଼ି ହନ୍ତାଳଗୁଡ଼ା ଘାଟି ଦେଇ ଦିନ ୧୧ ଘଟିକା ୩୦ ମିନିଟ ସମୟରେ ଯାଉଥିବା ସମୟରେ ଘାଟିରେ ଗାଡିଟି ଭାରସାମ୍ୟ ହରାଇ ତଳକୁ ଖସି ଦୁର୍ଘଟଣା ଘଟିଥିଲା l ଘଟଣାସ୍ଥଳରେ ଗାଡ଼ିରେ ବସିଥିବା ୧୩ ଜଣ ଲେବର ମାନଙ୍କ ଉପରେ ସିମେଣ୍ଟ ଓ ରଡ଼ ଚାପି ହୋଇ ମାଡ଼ି ବସିଥିଲା l ଦୁଃଖଦ ଘଟଣା ଅନୁଯାଇ ୬ଜଣଙ୍କର ମୃତୁ ଘଟିଥିବା ବେଳେ ଦୁଇ ଜଣ ଲେବର ଗୁରୁତର ଓ ଅନ୍ୟ ପାଞ୍ଚ ଲେବର ଆହତଙ୍କୁ ଯୋଡ଼ାମ୍ବ ମେଡିକାଲକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ଆହତ ସାତଜଣ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧିନ ଅଛନ୍ତି l ସମସ୍ତ ମୃତକ ମାନେ ନବରଙ୍ଗପୁର ଜିଲ୍ଲା ପୋଷାଗୁମୁଡା ବ୍ଲକ ଅନ୍ତର୍ଭୁକ୍ତ ମୋତିଗାଁ ଗ୍ରାମର ସୁନାଧର ଭତ୍ରା (୩୫), ପୂର୍ଣ୍ଣ ଭତ୍ରା (୨୭), ଜୀବରଧନ ଭତ୍ରା (୨୨), ସୁନାଧର ଭତ୍ରା (୨୫), ପୁଲସିଙ୍ଗ ଭତ୍ରା (୨୭) ଓ ଦୁର୍ଯୋଧନ ଭତ୍ରା (୨୫) ବୋଲି ଜଣାପଡିଛି l ଉକ୍ତ ଦୁର୍ଘଟଣାରେ ଘଟିଥିବା ମୃତ ଏବଂ ଆହତ ମାନଙ୍କୁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲୁ ଓ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଦୁଃଖ ପ୍ରକାଶ କରିବା ସହ ମୃତକ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି lଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡ଼ା ଓ ଚିତ୍ରକୋଣ୍ଡା ଏଡିସନାଲ ତହସିଲଦାର ଓ ଚିତ୍ରକୋଣ୍ଡା ବିଡ଼ିଓ ତନ୍ମୟ ପାତ୍ର ମଧ୍ୟ ଉପସ୍ଥିତ ଥିଲେ

Leave A Reply

Your email address will not be published.