xmas

ସତ୍ୟନାରାୟଣ ଫେଷ୍ଟ ୨୦୨୩ ଅନୁଷ୍ଟିତ

ମାଲକାନଗିରି: ମାଲକାନଗିରି ସ୍ଥିତ ସତ୍ୟନାରାୟଣ +୨ ଓ +୩ ଆବାସିକ ବିଜ୍ଞାନ ମହାବିଦ୍ୟାଳୟର ସତ୍ୟନାରାୟଣ ଫେଷ୍ଟ ମହାଡମ୍ବରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଉଭୟ +୨ ଓ +୩ ର ନବାଗତମାନଙ୍କୁ ପୁରାତନ ଛାତ୍ରଛାତ୍ରୀମାନେ ସ୍ଵାଗତ ଜଣାଇଥିଲେ । କାର୍ତ୍ତୀକ ତ୍ରୟୋଦଶୀ ଶନିବାର ର ଗୋଧୂଳି ଲଗ୍ନର ଆଲୋକ ରଞ୍ଜିତ ମଞ୍ଚରେ ନୃତ୍ୟ ଓ ଗୀତର ମଧୁର ତାନରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ସହ ମହାଡମ୍ବରରେ ଏହି ଉତ୍ସବ ପାଳିତ ହୋଇଥିଲା । ଉକ୍ତ ଉତ୍ସବରେ ମାଲକାନଗିରି ଜିଲ୍ଲାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମାନସ ମଡକାମୀ ମୁଖ୍ୟ ଅତିଥିବାବେ ଓ ମାଲକାନଗିରି ଜିଲ୍ଲାର ବରିଷ୍ଠ ଆଇନଜୀବି ତଥା ବିଜୁଜନତା ଦଳର ଆଇନ ପରାମର୍ଶ ଦାତା ଶ୍ରୀ ଗୋପାଳକୃଷ୍ଣ ପଣ୍ଡା ଓ ବିଜେଡି ଜିଲ୍ଲା ଯୁବ ଉପସଭାପତି ଶ୍ରୀଯୁକ୍ତ କଣ୍ଠେଶ୍ଵର ପାଟଳା ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଉତ୍ସବର ସଭାବର୍ଦ୍ଧନ କରିଥିଲେ । ସତ୍ୟନାରାୟଣ ଅନୁଷ୍ଠାନର ପରିଚାଳନା ନିର୍ଦ୍ଧେଶକ ଶ୍ରୀଯୁକ୍ତ ସଞ୍ଜୟ କୁମାର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ସମ୍ପାଦିକା ତଥା +୨ ବିଜ୍ଞାନର ଅଧ୍ୟକ୍ଷା ଶ୍ରୀମତୀ ମମତା ପାଣିଗ୍ରାହୀ, +୩ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମକୃପା ନାୟକ ଏବଂ ସେବିକା ସେବା ବିଭାଗର ଅଧ୍ୟକ୍ଷା ଶ୍ରୀମତୀ ମଧୁସ୍ମିତା ମହାପାତ୍ର ମଞ୍ଚାସୀନ ଥିଲେ । ମାଲକାନଗିରି ଜିଲ୍ଲାର ସମସ୍ତ ନିମନ୍ତ୍ରିତ ସାମ୍ବାଦିକ ବନ୍ଧୁ ଉତ୍ସବରେ ଉପସ୍ଥିତ ରହି ସଭା ମଣ୍ଡନ କରିଥିଲେ । ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ଓ ପୁଷ୍ପ ଗନ୍ଧ ଚନ୍ଦନ ଅର୍ପଣ ପୂର୍ବକ ସ୍ଵାଗତ ସଙ୍ଗୀତରେ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ସାଧନା, ନିଷ୍ଠା ଓ ଈଶ୍ୱର ଭକ୍ତି ପୂର୍ବକ ଅଧ୍ୟୟନରେ ମନୋନିବେଶ କରିବାକୁ ଛାତ୍ରଛାତ୍ରୀଙ୍କୁ ଉପଦେଶ ପ୍ରଦାନ କରିବା ସହ ମାଲକାନଗିରି ଭଳି ଏକ ପ୍ରାନ୍ତୀୟ ସ୍ଥାନରେ ୧୩ଟି ସଖା ସମ୍ବଳିତ ସତ୍ୟନାରାୟଣ ଅନୁଷ୍ଠାନରେ ବିଭିନ୍ନ ଶିକ୍ଷାର ପ୍ରସାର ଓ ମୂଲ୍ୟବୋଧ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ସେହିପରି ଅନୁଷ୍ଠାନର ନିର୍ଦ୍ଧେଶକ ଶ୍ରୀଯୁକ୍ତ ସଞ୍ଜୟ କୁମାର ପାଣିଗ୍ରାହୀ ସ୍ଵୀୟ ଅନୁଷ୍ଟାନର କର୍ତ୍ତବ୍ୟନିଷ୍ଠତା ଓ ଶ୍ରୁଙ୍ଖଳାର ବଦ୍ଧପିକରତା ଉପରେ ଅଭିଭାଷଣ ଉପସ୍ଥାପନା କରିଥିଲେ । ଉତ୍ତମ ଚରିତ୍ର ଗଠନ ସହ କଠିନ ପରିଶ୍ରମ କରି ଅଧ୍ୟୟନ ସାଧନ ବ୍ରତୀ ହେଲେ ସଫଳତାର ଚରମ ସୀମା ସ୍ପର୍ଶ କରାଯାଇପାରିବ ବୋଲି ସେ ମତବ୍ୟକ୍ତ କରି ଛାତ୍ରଛାତ୍ରୀଙ୍କୁ ସ୍ଵୀୟ କର୍ତ୍ତବ୍ୟ କର୍ମ ସମ୍ପାଦନ ନିମନ୍ତେ ଉତ୍ସାହିତ କରିଥିଲେ । ପୂର୍ବରୁ ନିଜ ଅଞ୍ଚଳ ଛାଡି ବିଭିନ୍ନ ସହରକୁ ଯାଇ ମାଲକାନଗିରି ଛାତ୍ରଛାତ୍ରୀ ବିଭିନ୍ନ ଉଚ୍ଚ ଶିକ୍ଷା ଓ ବୃତ୍ତିଗତ ଶିକ୍ଷା ନେଉଥିବା ବେଳେ ଆଜି ସତ୍ୟନାରାୟଣ ଅନୁଷ୍ଠାନର ପ୍ରଚେଷ୍ଠାରେ ଏହା ମାଲକାନଗିରିରେ ଉପଲବ୍ଧ ହେଉଥିବାରୁ ଏହା ମାଲକାନଗିରିବାସୀଙ୍କ ଗର୍ବ ଓ ଗୌରବ ବୋଲି ସମ୍ମାନିତ ଅତିଥି ଶ୍ରୀଯୁକ୍ତ ପଣ୍ଡା ମତବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ପାଟଳା ଯୁବପିଢିଙ୍କୁ ନୀତି ଓ ଆଦର୍ଶରେ ରହି ବାପାମାଙ୍କ ସ୍ଵପ୍ନ ସାକାର କରିବା ପାଇଁ ଅନୁପ୍ରାଣିତ କରିଥିଲେ । ଅଧ୍ୟାପିକା ସୁଶ୍ରୀ ସୁମରିନ ସୁମନ କାର୍ତ୍ତିକ ମହାବିଦ୍ୟାଳୟର୍ ପ୍ରଗତି ବିବରଣୀ ପାଠ କରି ଅନୁଷ୍ଠାନର ସଫଳତା ବିଷୟରେ ଆଲୋଚନା କରିଥିଲେ।

ଉତ୍ସବରେ ଆୟୋଜିତ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଉଭୟ ଅତିଥି ଓ ଉପସ୍ଥିତ ସମସ୍ତ ସାମ୍ବାଦିକ ବନ୍ଧୁ ଏବଂ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । +୨ ପ୍ରଥମ ବର୍ଷର ଛାତ୍ରୀଙ୍କ ଦ୍ଵାରା ଉପସ୍ଥାପନ କରାଯାଇଥିବା ପ୍ରାରମ୍ଭିକ ସଂସ୍କୃତିକ କାର୍ଯ୍ୟକ୍ରମ ଦୂର୍ଗା ବନ୍ଦନା ଓଡିଶୀ ନୃତ୍ୟ, +୩ ଛାତ୍ରୀଙ୍କ ବିହୁ ନୃତ୍ୟ ଏବଂ ଉଭୟଙ୍କ ଦ୍ଵାରା ପରିବେଷିତ ହୋଇଥିବା ହାସ୍ୟରସାତ୍ମକ ନାଟକ “ପ୍ରତ୍ୟେକ ଭୋଟର ମୂଲ୍ୟବୋଧ” ଅତ୍ୟନ୍ତ ହୃଦୟ ସ୍ପର୍ଶୀ ହୋଇଥିଲା । ଏଥିସହିତ +୨ ପ୍ରଥମ ବର୍ଷର ଛାତ୍ରୀ ମୁକ୍ତା ସମରଥଙ୍କ କଣ୍ଠ ଏବଂ ଛାତ୍ର ଦେବାଜିତ ବାଲାଙ୍କ ପିୟାନୋ ବାଦନ ସମସ୍ତଙ୍କୁ ଆକର୍ଷିତ କରିଥିଲା । ସଂସୃତିକ କାର୍ଯ୍ୟକ୍ରମକୁ ଓଡିଆ, ବଙ୍ଗାଳୀ, ହିନ୍ଦୀ ଓ ଆଦିବାସୀ ଭାଷାରେ +୩ ଛାତ୍ରୀ କମଳିନୀ ମଲ୍ଲିକ ଛାତ୍ର ରାଜାରାମ ଖରା ଏବଂ +୨ ଛାତ୍ରୀ ରୋଲି ବିଶ୍ବାସ ଓ ସୂରଜ ପାଲ ପରିଚାଳନା କରିଥିଲେ ।

ସତ୍ୟନାରାୟଣ ଫେଷ୍ଟ ୨୦୨୩ର ମୁଖ୍ୟ ଆକର୍ଷଣ ଥିଲା ସଭାର ମଞ୍ଚ ସାଜସଜ୍ଜା ଓ ଆଧୁନିକତାର ଛାପରେ ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ହୋଇଥିବା ଫୁଡ ପାର୍କ । ସୁନ୍ଦର ଆଲୋକ ମାଳରେ ସାଜ୍ଜସଜ୍ଜା ହୋଇଥିବା ବିଭିନ୍ନ ଫୁଡ ଷ୍ଟଲ, ୱାଟର ଫାଉଣ୍ଟେନ ଏବଂ ଖାଦ୍ୟ ପରିବେଷଣ ସାଜ୍ଜସଜ୍ଜା ଏକ ମେଳା ବା ପାର୍କର ଭ୍ରମ ସୃଷ୍ଟି କରୁଥିଲା । ଏହି ଫୁଡ ପାର୍କରେ ଗୁପ ଚୁପ, ଚାଟ, ସ୍ଵିଟ କର୍ନ ମସଲା, ପଟାଟୋ ସ୍ବାଇରାଲ, ଆମିଷ ଓ ନିରାମିଷ ରୋଲ, ପାଉଭାଜି, ମୋମୋସ, ରାବେଡି ଝିଲେବି, ଆଇସକ୍ରିମ, ଫାଲୁଦା ଏବଂ ପପକୋର୍ନ ଉପଲବ୍ଧ ଥିଲା । ଏହି ସୁନ୍ଦର ଫୁଡ ପାର୍କର ବିଭିନ୍ନ ସ୍ଵାଦିଷ୍ଟ ଖାଦ୍ୟକୁ ଛାତ୍ରଛାତ୍ରୀ ମନଭରି ଉପଭୋଗ କରିଥିଲେ । ମାଲକାନଗିରି ଭଳି ଏକ ପ୍ରାନ୍ତୀୟ ଅଞ୍ଚଳରେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ ପ୍ରଥମ ଓ ଅନନ୍ୟ । ଏହି ଉତ୍ସବରେ ସତ୍ୟନାରାୟଣ ଅନୁଷ୍ଠାନର ବିଭିନ୍ନ ବିଭାଗର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ସମ୍ପାଦନ କରିଥିବା ବେଳେ +୩ ବିଭାଗର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମକୃପା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.