xmas

ସମ୍ବିଧାନ ଦିବସ ପାଳିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୋମନାଥପୁର ପଞ୍ଚାୟତ ଆପନମାଳା ଗ୍ରାମ ସ୍ଥିତ ମାଁ ମଙ୍ଗଳା ୟୁଥ୍ କ୍ଳବ ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆପନମାଳା ୟୁପିଏସ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଶ୍ରୀ ମାହାଳୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନିରଞ୍ଜନ ମଲ୍ଲ , ସୀତାନାଥ ସ୍ବାଇଁ ଏବଂ ଓ୍ବାର୍ଡମେମ୍ବର ଶୁଭ ମୁଦୁଲି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଶ୍ରୀ ମାହାଳୀ ଆମ ଦେଶ ସମ୍ବିଧାନର ଗୁରୁତ୍ବ ସମ୍ପର୍କରେ ଅବଗତ କରାଇବା ସହ ଆଜିର ଅତ୍ୟାଧୁନିକ ଯୁଗରେ ପାଠ ପଢିବାର ମହତ୍ୱ ବିଷୟରେ ଅତି ସରଳ ଭାଷାରେ ବୁଝାଇଥିଲେ। ଶ୍ରୀ ମଲ୍ଲ ସେହିପରି ସମ୍ବିଧାନ ଆମ ଜୀବନ ଚର୍ଯ୍ୟା ଆମେ ସମ୍ବିଧାନ ବିନା ବଞ୍ଚିପାରିବା ନାହିଁ। ସର୍ବଦା ସମ୍ବିଧାନକୁ ସମ୍ମାନ ଦେବା ବୋଲି କହିଥିଲେ।ସମ୍ବିଧାନ ଦିବସ ପାଳନ ଉପଲକ୍ଷେ ମାଲକାନଗିରି ନେହରୁ ଯୁବ କେନ୍ଦ୍ର ସହଭାଗିତାରେ ମାଁ ମଙ୍ଗଳା ୟୁଥ୍ କ୍ଲବର ସଦସ୍ୟଙ୍କ ପ୍ରୟାସରେ ସ୍ଥାନୀୟ କୁନି କୁନି ପିଲାମାନଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥିଲା। ଚିତ୍ରାଙ୍କନ ପ୍ରତିଯୋଗିତାରେ ଯଥାକ୍ରମେ ୧ମ ଗୁରୁଦେବ ମୁଦୁଲି ,୨ୟ ଦେବ ମୁଦୁଲି , ୩ୟ ଶଙ୍କରୀ ଲାମଟା ସ୍ଥାନ ଅଧିକୃତ କରିଥିଲେ। ଶେଷରେ ଗଣେଶ ଶୀଶା ଧନ୍ୟବାଦ ଅର୍ପଣ କରିଥିଲେ।ଏହା ପରେ ଅତିଥି ମାନଙ୍କ ଦ୍ବାରା କୃତି ଛାତ୍ରଛାତ୍ରୀଙ୍କୁ ମେଡାଲ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆପନମାଳା ଗାଁର ଶତାଧିକ ଗ୍ରାମବାସୀ ସହ ମାଁ ମଙ୍ଗଳା ୟୁଥ୍ କ୍ଳବର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.