xmas

ଡିଡାୟୀ ସମାଜର ସଭାପତି ହେଲେ ବଂଶୀଧର ମୁଦୁଲି

ମାଲକାନଗିରି: ମାଲକାନିଗିରି ଜିଲ୍ଲାର ଡିଡାୟୀ ସମାଜରେ ବସବାସ କରୁଥିବା ୧୨୦୦୦ରୁ ଉର୍ଦ୍ଧ ଭୋଟର ରହିଛନ୍ତି । ସେମାନଙ୍କର ଆଜି ପୁରୁଣା ଗୁମା ଭୈରବୀ ମନ୍ଦିର ନିକଟରେ ଏକ ବୈଠକ ହୋଇଥିଲା । ବୈଠକରେ ଶିକ୍ଷା, ସାଂସ୍କୃତିକ ପରମ୍ପରା, ବାଲ୍ୟ ବିବାହ, ପରସ୍ପରକୁ ସାହାଯ୍ୟ ଶିଶୁ ଶ୍ରମିକ ପ୍ରଥା କୁ କିପରି ଭାବରେ ରୋକା ଯାଇପାରିବ ଓ ସରକାରଙ୍କ ବିକାଶ ଧାରାରେ କିପରି ଭାବରେ ସାମିଲ ହୋଇପାରିବେ ଏଇ ସବୁ ବିଷୟରେ ଆଜି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇ ସେଇ ସମାଜ କିପରି ଭାବରେ ଆଗକୁ ଯାଇ ପାରିବ ସେଇ ବିଷୟ ର ଆଲୋଚନା କରିଥିଲେ ଓ ସେଇ ମାନେ ନିଜ ସମାଜର ନେତା ଚୟନ କରିଥିଲେ । ସଭାପତି ଭାବେ ମଲକାନିଗିରି ଜିଲ୍ଲାର ଯୁବ ଚେହେରା ବଂଶୀଧର ମୁଦୁଲିଙ୍କୁ ସଭାପତି, ଉପ ସଭାପତି, ଶୁକ୍ରା ମୁଦୁଲି, ସମ୍ପାଦକ, ରାଜେନ୍ଦ୍ର ପଲାଶୀ, ରୁପେନ୍ ଗୁଡ଼ିଆ, କୋଷାଧ୍ୟକ୍ଷ, କମୁଳୁ ମୁଦୁଲି, ଭାସ୍କର ମାଝୀ ଉପଦେଷ୍ଟା, ଲଛା ମୁଦୁଲି ରବି ଗୋଲ୍ପେଦାଙ୍କୁ ଚୟନ କଲେ ତେବେ ବଂଶୀଧର ମୁଦୁଲି କହିଛନ୍ତି ଯେ ସରକାରଙ୍କ ସମସ୍ତ ଯୋଜନା କିପରି ଭାବେ ତାଙ୍କ ପାଖକୁ ପହଞ୍ଚିବ ଆଉ ଡିଡାୟୀ ସମାଜ କିପରି ଭାବରେ ସମାଜରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇବ ସେସବୁକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଜକୁ ଆଗକୁ ନେବେ ବୋଲି ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.