xmas

ଗୁରୁପ୍ରିୟା ନୌବିହାର ଧନଞ୍ଜୟଗୁଡ଼ା ଶୁଭ ଉଦଘାଟନ

ପିକନିକ ପାଇଁ ଅନୁକୂଳ ସ୍ଥାନ l
ଆଗକୁ ଲକ୍ଷ୍ୟ ୟୁକୋ ଟୁରିଯିମ l
ନୌବିହାର ପାଇଁ ଆକର୍ଷଣୀୟ ସ୍ଥାନ
l

ଚିତ୍ରକୋଣ୍ଡା: ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବଡ଼ପଦର ପଞ୍ଚାୟତ ଅନ୍ତର୍ଭୁକ୍ତ ଯାନବାଇ ନିକଟସ୍ଥ ଗୁରୁପ୍ରିୟା ନଦୀ ପାର୍ଶ୍ୱରେ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂଙ୍କ ଅଧକ୍ଷତାରେ ମାଲକାନଗିରି ଜିଲା ବନଖଣ୍ଡ ଅଧିକାରୀ ପ୍ରତାପ କତାପାଲି, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ, ଚିତ୍ରକୋଣ୍ଡା ବନପାଳ ମୃତୁଞ୍ଜୟ ସେଠି ଓ ଚିତ୍ରକୋଣ୍ଡା ଫରେଷ୍ଟଗାର୍ଡ ସଞ୍ଜୟ ପରିଡ଼ାଙ୍କ ସହଯୋଗରେ ଆଜି ଗୁରୁପ୍ରିୟା ନୌବିହାର ଧନଞ୍ଜୟଗୁଡ଼ାକୁ ବିଧିବଦ୍ଧ ଭାବରେ ଜିଲ୍ଲାପାଳ ଧୂପଦୀପ ଲଗାଇ ନଡ଼ିଆ ଫିତା କାଟି ଶୁଭ ଉଦଘାଟନ କରିଛନ୍ତି l ଏଠି ସୌନ୍ଦର୍ଯ୍ୟମୟ ଆକର୍ଷଣୀୟ ପରିବେଶ ସାଙ୍ଗକୁ ସୁନ୍ଦର ଗେଟ ରହିଥିବା ବେଳେ ନୌବିହାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି l ନୌବିହାର ନିମନ୍ତେ ଗୁରୁପ୍ରିୟା ନଦୀ କୂଳରେ ପହଞ୍ଚୁ ପହଞ୍ଚୁ ନଦୀ ପାଣି ଘେରା ଭିତରେ ଛୋଟ ଛୋଟ ଦୀପ ପୁଞ୍ଜ ରହିଛି ଆକାଶମାର୍ଗକୁ ଚାହିଁଲେ ମନଲୋଭା ଦୃଶ୍ୟ ସୁନେଲି ଦିଗବଳୟ ପରି ଦୃଶ୍ୟମାନ ହୋଇପଡୁଛି l ଗୋଟିଏ ପଟକୁ ରହିଛି ଗୁରୁପ୍ରିୟା ସେତୁ l ଅନ୍ୟପଟରେ ଗୁରୁପ୍ରିୟା ସେତୁ ପାର୍ଶ୍ଵର ପାଣି ଭିତରେ କରାଯାଇଛି ବୋଟିଙ୍ଗ କମ୍ପ୍ଲେକ୍ସ କୁଟୀର ଏବଂ ପାହାଡ଼ ଉପରେ କରାଯାଇଛି ୱାଚ ଟାୱାର, ବୋଟିଙ୍ଗ ପାଇଁ ରହିଛି ନିଉ ଡିଜାଇନର ବୋଟ, ଝକମକ ଲାଇଟ ସାଙ୍ଗକୁ ଦୁଇ ପାର୍ଶ୍ୱରେ ସୁନ୍ଦର ବୃକ୍ଷଲତା ଓ ଫୁଲ ବଗିଚା ରହିଛି l ଆଗକୁ ଉକ୍ତ ସ୍ଥାନକୁ ୟୁକୋ ଟୁରିଯିମ ପାଇଁ ପୂର୍ବ ପ୍ରସ୍ତୁତି ସହ ଆଶା ବାନ୍ଧିଛି ବନ ବିଭାଗ l ଉକ୍ତ ସ୍ଥାନଟି ପିକନିଜ ବଣଭୋଜି ପାଇଁ ଉପଯୁକ୍ତ ଅନୁକୂଳ ପରିବେଶ ଦର୍ଶକଙ୍କୁ ମନ ମୋହିବ ବୋଲି ଆଶା କରାଯାଉଛି l ମାଲକାନଗିରି ଜିଲ୍ଲା ପ୍ରଶାସନ ଯୋଜନା ବନ ବିଭାଗ ମାଧ୍ୟମରେ ଏକ ସୁନ୍ଦର ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି l ଆଜି ନିଜେ ଜିଲ୍ଲାପାଳ ବିଶାଳ ସିଂ ଗୁରୁପ୍ରିୟା ନୌବିହାର ଧନଞ୍ଜୟଗୁଡ଼ାକୁ ଶୁଭ ଉଦଘାଟନ କରିବା ସହ ଗୁରୁପ୍ରିୟା ନଦୀ ଭିତରେ କରାଯାଇଥିବା ବୋଟିଙ୍ଗ କମ୍ପ୍ଲେକ୍ସକୁ ଯାଇ ସୁନ୍ଦର ବୋଟରେ ନୌବିହାର କରି ନଦୀ ଭିତରେ ଥିବା ଛୋଟ ଛୋଟ ପାହାଡ଼ ପର୍ବତ ଦୀପପୁଞ୍ଜ ପାର୍ଶ୍ୱକୁ ଯାଇ ପରିଦର୍ଶନ କରିଛନ୍ତି l ଉକ୍ତ ଗୁରୁପ୍ରିୟା ନୌବିହାର ଧନଞ୍ଜୟଗୁଡ଼ାକୁ ଦେଖି ଆନନ୍ଦିତ ହେବା ସହ ଅଧିକ ଉର୍ନ୍ନତି କରଣ କରିବାକୁ ପରାମର୍ଶ ଦେଇଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବନାଞ୍ଚଳର ସମସ୍ତ ବନପାଳ, ଗାର୍ଡ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l

Leave A Reply

Your email address will not be published.