xmas

ଜଦୁଗୁଡ଼ା ଶୈବ ପୀଠରୁ ମାଲ୍ୟବନ୍ତ ମହୋତ୍ସବ- ୨୦୨୩ କଳସ ଯାତ୍ରାର ଶୁଭାରମ୍ଭ

ପାରମ୍ପରିକ ନୃତ୍ୟ କଲେ ଜିଲ୍ଲାପାଳ ଓ ଏସ୍ପି
ମାଲକାନଗିରି, ୨୮/୧୧/୨୩: ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବ ମାଲକାନଗିରି ବ୍ଲକର ପଦ୍ମଗିରୀ ପଞ୍ଚାୟତର ଜଦୁଗୁଡା ଶୈବ ପୀଠରୁ ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ବିଶାଲ ସିଂଙ୍କ ଉପସ୍ଥିତିରେ ଶୈବ ପୀଠରେ ପୂଜାର୍ଚ୍ଚନା ପରେ କଳସ ଜଳ ଶୋଭାଯାତ୍ରା ବାହାରିଥିଲା। ଏଗାର ଗୋଟି କଳସକୁ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ, ବନଖଣ୍ଡ ଅଧିକାରୀ, ପ୍ରତାପ କଟ୍ଟାପଲ୍ଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସମାରୀ ତାଙ୍ଗୁଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ପତିତ ପାବନ ବୈଦ୍ୟ, ଚିତ୍ରକୋଣ୍ଡା ବିଧାୟକ, ପୂର୍ଣ୍ଣଚନ୍ଦ୍ର ବାକା,ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ, ଆଡମା ରାବା ଓ ମାଲକାନଗିରି ବ୍ଲକ ଅଧ୍ୟକ୍ଷା, ଗୌରୀ ପଡ଼ିଆମି ଏସଏଚଜି ମାଆ ମାନଙ୍କୁ ପ୍ରଦାନ କରିଥିଲେ। ସେହିପରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ପୂର୍ବାହ୍ନରେ ପ୍ରାରମ୍ଭିକ ପୂଜା ବିଧି ସମ୍ପନ୍ନ କରିଥିଲେ । ମାଲ୍ୟବନ୍ତ ମହୋତ୍ସବ ସାଂସ୍କୃତିକ କମିଟିର ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ଡ଼ଃ ଅକ୍ଷୟ କୁମାର ଖେମୁଣ୍ଡୁ ସମସ୍ତ ଅତିଥିଙ୍କୁ ଉତ୍ତରୀୟ ପ୍ରଦାନ କରି ସ୍ଵାଗତ ଜଣାଇ ମନ୍ଦିର ପରିସରକୁ ପାଛୋଟି ଆଣିଥିଲେ। ଏହି ସମସ୍ତ କାର୍ଯ୍ୟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପ୍ରଭାତୀ ଝଡ଼ିଆଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା। ଏହି ପୀଠରେ ପାରମ୍ପରିକ ଆଦିବାସୀ ସଂସ୍କୃତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି। ବର୍ତ୍ତମାନ ସାତଟି ବ୍ଲକରେ ବ୍ଲକସ୍ତରୀୟ ମହୋତ୍ସବ ପାଳନ କରାଯିବ। ଆଜି କଳସ ଶୋଭାଯାତ୍ରାରେ ବହୁତ ଜନ ସମାଗମ ହୋଇଥିଲା। ଏଥିରେ ଜିଲ୍ଲାର କୋୟା, ଗଡଙ୍ଗି ଓ ଢେମସା ଭଳି ଲୋକ ନୃତ୍ୟ ଦଳ ସାମିଲ ହୋଇଥିଲେ। ସେହିପରି ପଦ୍ମଗୀରି ସରକାରୀ ଏସଏସଡି ହାଇସ୍କୁଲ ଠାରେ କଳସକୁ ବନ୍ଦାପନା କରାଯାଇଛି। ଅପରାହ୍ନରେ ଭୈରବ ମନ୍ଦିର ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ କଳସ ଶୋଭାଯାତ୍ରା ହୋଇଥିଲା। ଏଥିରେ ଏସଏଚଜି ମାଆ ମାନେ, ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ବିଭିନ୍ନ କ୍ଲବ୍ ସଦସ୍ୟ ଓ ଜନସାଧାରଣ ସାମିଲ ହୋଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ, ତ୍ରିନାଥ ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ପ୍ରମିଳା ମାଝୀ, ଏସଡିପିଓ, ସଚିନ ପଟେଲ, ରେଞ୍ଜର, ଜଗନ୍ନାଥ ବିଶୋଇ, ଆଇ ଆଇ ସି, ରିଗାନ କିଣ୍ଡୋ, ଶଶାଙ୍କ ମିଶ୍ର, ସିଡ଼ିପିଓ, ବ୍ଲକ କର୍ମଚାରୀ, ବନ ବିଭାଗ କର୍ମଚାରୀ, ସରପଞ୍ଚ ଓ ଜିଲ୍ଲାର ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏହି ଉତ୍ସବକୁ ଆୟୋଜନ କରିବାରେ ଉକ୍ତ ପଞ୍ଚାୟତର କର୍ମଚାରୀ ଓ ଜନ ସାଧାରଣ ସହଯୋଗ କରିଥିଲେ।

Leave A Reply

Your email address will not be published.