xmas

ନିଆଁ ଲାଗି ଜଳିଗଲା କ୍ଵିଣ୍ଟାଲ କ୍ଵିଣ୍ଟାଲ ଧାନ; ଚାଷୀ ମୁଣ୍ଡରେ ଚଡ଼କ

ମାଲକାନଗିରି, ୨୮।୧୧: ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନଗଦା ପୋଡ଼ି ପାଉଁଶ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ସଦର ଥାନା ଗୌଉଡ଼ଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଏମଭି-୯ ଗାଁର ଚାଷୀ ପ୍ରଳୟ ବିଶ୍ଵାସ ବ୍ୟାଙ୍କରୁ ଦେଢଲକ୍ଷ ଟଙ୍କା ଋଣ ଆଣି ୪ ଏକର ଜମିରେ ଧାନ କରିଥିଲେ । ଧାନ ଅମଳ କରି ଖଳାରେ ଏକାଠି ରଖିଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଧାନଗଦାରେ ନିଆଁ ଲଗାଇ ଦେଇଥିବାରୁ ସମସ୍ତ ଧାନ ଜଳି ପୋଡି ପାଉଁଶ ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ଗରିବ ଚାଷୀ ଏବେ କିପରି ପରିବାର ଚଳାଇବେ ଓ ଋଣ ପରିଶୋଧ କରିବ ତାହାକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି । ତେବେ ଏପରି ଘଟଣା କିଏ ଘଟାଇଛି ଏହାର ତଦନ୍ତ କରିବା ସହ ତାଙ୍କୁ ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି ।

Leave A Reply

Your email address will not be published.