xmas

ସରକାରୀ କାର୍ଯ୍ୟାଳୟରୁ ମିଳିଲା ଯୁବକଙ୍କ ଝୁଲନ୍ତା ଶବ

ସାମାଜିକ ଗଣମାଧ୍ୟମରେ ବୁଲୁଥିବା ଭିଡିଓକୁ ନେଇ ବଢ଼ିଲା ସସପେନ୍ସ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଉଠା ଜଳସେଚନ କାର୍ଯ୍ୟାଳୟ ଭିତରେ ଝୁଲନ୍ତା ମୃତଦେହ । ହଁ ଆଜ୍ଞା ଏମିତି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହକୁମା ଟେକବାଡି ସାହି ସ୍ଥିତ ଉଠା ଜଳସେଚନ କାର୍ଯ୍ୟାଳୟ ଭିତରେ । ଖବର ମୁତାବକ ଏକ ଯୁବକ ଗାମୁଛା ମାଧ୍ୟମରେ ଫାଶୀ ହୋଇଥିବା ଦେଖିବାକୁ ମିଳିଛି ତେବେ କାର୍ଯ୍ୟାଳୟ ଭିତରେ କବାଟ ବନ୍ଧ ଥିବା ବେଳେ ଫେନ ବୁଲୁଛି ଓ ଏହା ସହ ଅଫିସ ଟେବୁଲ ଉପରେ ମଦ ବୋତଲ ରଖା ହୋଇଥିବା ଦେଖିବାକୁ ମିଳିଛି । ତେବେ କିଏ ଏହି ଯୁବକ ଜଣଙ୍କ ଉଠା ଜଳସେଚନ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ କେଉଁ କାରଣରୁ କାର୍ଯ୍ୟାଳୟ ପରିସରରେ ଏଭଳି କାଣ୍ଡ ଭିଆଇଲେ ତାହା ପୋଲିସ ତଦନ୍ତ ପରେ ହିଁ ଜଣାପଡିବ । କିନ୍ତୁ ମୃତ୍ୟୁ ପୂର୍ବରୁ ଯୁବକ ଜଣଙ୍କ ସାମାଜିକ ଗଣମାଧ୍ୟମରେ ଲାଇଭ କରି ଆତ୍ମହତ୍ୟା କରିଥିବା କଥା ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଯୁବକଙ୍କ ଶେଷ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।

Leave A Reply

Your email address will not be published.