xmas

୫ ଦଫା ଦାବି ନେଇ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ ଓ ଦାବି ପତ୍ର ପ୍ରଦାନ, ଅନେକ ସାମ୍ବାଦିକଙ୍କ ସମର୍ଥନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଉତ୍କଳ ସାମ୍ବାଦିକ ସଂଘ ମାଲକାନଗିରି ଶାଖା ପକ୍ଷରୁ ଆଜି ରାଜ୍ୟ ସଂଘର ନିର୍ଦେଶ କ୍ରମେ ସାମ୍ବାଦିକଙ୍କ ପାଞ୍ଚ ଦଫା ଦାବି ନେଇ ଏକ ଧାରଣା ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ପରିପେକ୍ଷରେ ଆଜି ପ୍ରଥମେ ଜିଲ୍ଲା ସଦର ମହକୁମାରେ ଥିବା ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟଳୟ ଠାରୁ ପ୍ରାୟ ୬୦ରୁ ଊର୍ଦ୍ଧ୍ଵ ସାମ୍ବାଦିକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚିଥିଲେ । ସେଠାରେ ପ୍ରଥମେ ଏକ ଧାରଣା ପ୍ରଦର୍ଶନ କରଯାଇଥିଲା । ଦିନ ପ୍ରାୟ ୧୦ ଘଟିକାରୁ ଏହି ଧାରଣା ଦିବା ୧ ଘଟିକା ପର୍ଯ୍ୟନ୍ତ ଜାରି ରହିଥିଲା । ରାଜ୍ୟ ସରକାର ବିଭିନ୍ନ ସଂଗଠନକୁ ଅନୁଦାନ, ପେନସନ, ସ୍ୱାସ୍ଥ୍ୟବିମା ଭଳି ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି l ତେବେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲାଉ ଥିବା ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟବୀମା ଦିଆଯାଇଥିବା ବେଳେ ଅନ୍ୟ ସୁବିଧା ଗୁଡିକ ପ୍ରଦାନ କରାଯାଉ ନାହି । ବିଭିନ୍ନ ରାଜନୈତିକ ଦଳ, ସାମଜିକ ସଂଗଠନ, ବିଭିନ୍ନ ଅନୁଷ୍ଠାନ ନିଜର ଦାବି ଗୁଡ଼ିକୁ ପୂରଣ ନିମନ୍ତେ ସାମ୍ବାଦିକଙ୍କ ଜରିଆରେ ନିଜ ଦାବି ଉପସ୍ଥାପନ କରୁଥିବା ସହ ଛୋଟ ବଡ ଘଟଣାକୁ ଲୋକଙ୍କ ନଜରକୁ ନେଉଥିବା ସାମ୍ବାଦିକର କିନ୍ତୁ ବିଭିନ୍ନ ସମସ୍ୟା ମଧ୍ୟରେ ରହୁଛି । ତେଣୁ ରାଜ୍ୟବାସୀଙ୍କୁ ନିଜର ପରିବାର ଭାବୁଥିବା ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କ ପ୍ରତି ମଧ୍ୟ ଦ୍ରୁଷ୍ଟି ଦେଇ ସେମାନଙ୍କ ଦାବି ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ଏହି ଅବସରରେ ଉପସ୍ଥିତ ସାମ୍ବାଦିକ ମାନେ ମତ ରଖିଥିଲେ । ତେବେ ସାମ୍ବାଦିକଙ୍କ ନ୍ୟାର୍ଯ୍ୟ ଦାବିଗୁଡିକ ହେଉଛି, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ଓଡିଶାରେ ଅନ୍ୟ ରାଜ୍ୟ ଭଳି ସାମ୍ବାଦିକଙ୍କୁ ଅବସରକାଳୀନ ପେନସନ, ଅଧିସ୍ୱୀକୃତି କମିଟି ପୁନଃରଗଠନ ଓ ବ୍ଲକ ଠାରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ, ପରିବର୍ତ୍ତୀତ ସ୍ୱାସ୍ଥ୍ୟବୀମା ଯୋଜନାରେ ପିତାମାତା ଓ ପଚିଶ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ନିର୍ଭରଶୀଳ ସନ୍ତାନ ମାନଙ୍କୁ ସାମିଲ, ପ୍ରେସ ଏକାଡେମୀ ଗଠନ ସହ ଭୁବନେଶ୍ୱରରେ ଏକାଡେମୀ କାର୍ଯ୍ୟଳୟ ସ୍ଥାପନା ଆଦି l ଆଜିର ଏହି ଧାରଣା ପରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୫ ଦଫା ଦାବି ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଥିଲା l ଏହି ଦାବିଗୁଡିକ ପୂରଣ ପାଇଁ ରାଜ୍ୟ ସଂଘ ତରଫରୁ ଆଗାମୀ ଦିନରେ ସମସ୍ତ ଜିଲ୍ଲାରୁ ସମବେତ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବକୁ ଯୋଜନା ରହିଛି l ଆଜିର ଏହି ପ୍ରତୀକ ଧାରଣା ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ଦୁର୍ଯୋଧନ ପାତ୍ରଙ୍କ ନେତୃତ୍ଵରେ ଆୟୋଜିତ ହୋଇଥିବା ବେଳେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ମିଶ୍ର ଏବଂ ଜିଲ୍ଲା ସମ୍ପାଦକ ଶ୍ରୀନିବାସ ପାତ୍ର ଏହାର ଆୟୋଜନ କରିଥିଲେ । ଏଥିରେ ସମସ୍ତ ସଦ୍ୟସ କର୍ମକର୍ତ୍ତା ଯୋଗ ଦେଇଥିବା ବେଳେ ଏହି ଅବସରରେ ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧକ୍ଷ ଆଡମା ରାବା ଯୋଗଦେଇ ସାମ୍ବାଦିକଙ୍କ ଦାବି ଗୁଡିକ ନ୍ୟାୟଚିତ ଅଟେ । ଏଥିପ୍ରତି ରାଜ୍ୟ ସରକାର ନିଶ୍ଚିତ ଧ୍ୟାନ ଦେଇ ଏହି ଦାବି ପୂରଣ କରିବା ଦିଗରେ ପଦକ୍ଷେପ ନେବେ ବୋଲି ସେ ଆସା ପ୍ରକଟ କରିଥିଲେ । ଏଥିରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ରତ୍ନାକର ଦାସ, ଗୋପୀକୃଷ୍ଣ ପଟ୍ଟନାୟକ, ସନ୍ତୋଷ ନାଗ, ଦେବବ୍ରତ ସାନା, ସତ୍ୟ ନାରାୟଣ ପଣ୍ଡା, ଜୟନ୍ତ ତିଆଡ଼ି, ଜ୍ଞାନଚାନ୍ଦ ଜଗନ୍ନାଥ, ପଞ୍ଚାନନ ଦାସ, ବିକ୍ରମ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ସମର୍ଥନ ଜଣାଇଥିଲେ l

Leave A Reply

Your email address will not be published.