xmas

ରେଡ଼ ରିବନ କ୍ଲବ ତରଫରୁ ବିଶ୍ଵ ଏଡ଼ସ ଦିବସ ପାଳିତ

ମାଲକାନଗିରି, ୦୧/୧୨/୨୦୨୩: ମାଲକାନଗିରି ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ଏବଂ ରେଡ ରିବନ କ୍ଲବ ମିଳିତ ଅନୁକୁଲ୍ୟରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଛି I ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ସମସ୍ତଙ୍କୁ ଆଜିର ଦିବସରେ ସଂକଳ୍ପ ନେବା ପାଇଁ ଉତ୍ସାହିତ କରିଥିଲେ I ମୁଖ୍ୟ ଅତିଥି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. ପ୍ରଫୁଲ୍ଲ କୁମାର ନନ୍ଦ ସବୁଜ ପତାକା ଦେଖାଇ ଉଦଘାଟନ କରିବା ସହିତ ଏଡ଼ସର ପ୍ରତିକାର ବିଷୟରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ I ମୁଖ୍ୟ ବକ୍ତା ଡ଼ଃ. ଧନେଶ୍ୱର ମହାପାତ୍ର ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମହାମାରୀ ବିଶେଷଜ୍ଞ ଡ଼ଃ. ଦୁର୍ଗା ପ୍ରସାଦ ରାଜ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଏଡ଼ସକୁ କିପରି ମୂଳ ଉତ୍ପାଟନ କରାଯିବ ସେ ବିଷୟରେ ଆଲୋକପାତ କରିଥିଲେ I ଏହି କାର୍ଯ୍ୟକ୍ରମକୁ ରେଡ ରିବନ କ୍ଲବ ସଂଯୋଜକ ଡ଼ଃ. ରଞ୍ଜନ କୁମାର ସ୍ୱାଇଁ ଆୟୋଜନ କରିବା ସହିତ ଏକ ମାନବ ଶୃଙ୍ଖଳର ଆୟୋଜନ କରିଥିଲେ I ସ୍ଥାନୀୟ ନୂଆଗୁଡାଠାରେ ୪୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଗ୍ରାମ ମଧ୍ୟରେ ବିଭିନ୍ନ ପ୍ରକାର ଶ୍ଲୋଗାନ ଦେଇ ଲୋକ ମାନଙ୍କୁ ସଚେତନ କରାଇଥିଲେ I ଏହି କାର୍ଯ୍ୟକ୍ରମରେ ପ୍ରମେୟ କୁମାର ମହାନ୍ତି ଶୁଶାନ୍ତ କୁମାର ମାଝୀ, ଗୌତ୍ତମ ନାୟକ, ଆରତୀ ଲୁଗୁନୁ, ଦୀପ୍ତି ରେଖା ମିଶ୍ର ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ଉତ୍ସାହିତ କରିଥିଲେ I ଜଣା ଅଜଣା କାର୍ଯ୍ୟକ୍ରମ ହାତକୁ ନେଇଥିଲେ I ଏହି ଅବସରରେ ସମସ୍ତେ ଶପଥ ପାଠ ଗ୍ରହଣ କରିଥିଲେ I ଵି. ଗୁପ୍ତେଶ୍ୱର ରାଓ ଅଧ୍ୟାପକ ଧନ୍ୟବାଦ ଅର୍ପଣ କରିଥିଲେ I ଏହି କାର୍ଯ୍ୟକ୍ରମକୁ ଓଡିଶା ସରକାର ଏଡସ ନିୟନ୍ତ୍ରଣ ସୋସାଇଟି ସହାୟତା କରିଥିବା ବେଳେ ଭାରତ ରେଡ଼କ୍ରସ ସୋସାଇଟି ସାହାଯ୍ୟ କରିଥିଲେ I

Leave A Reply

Your email address will not be published.