ଝରାପାଲ୍ଲୀ ଗ୍ରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ସିଧାପ୍ରସାରଣ

ମାଲକାନଗିରି, ୩୦/୧୧: ମାଲକାନଗିରି ବ୍ଲକ ଅନ୍ତର୍ଗତ ଝରାପାଲ୍ଲୀ ଗ୍ରାମରେ ଆଜି ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତି ଝୋଡିଆଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ପୂବର୍ତନ ସାଂସଦ ବଳଭଦ୍ର ମାଝୀ, ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର, ଝରାପାଲ୍ଲୀ ସରପଞ୍ଚ ବିମଳା ମାଡକାମୀ, ସମିତି ସଭ୍ୟ ନରିସଂହ ମାଢ଼ୀ, ନାଏବ ସରପଞ୍ଚ ଗଙ୍ଗାଧର ମାଡକାମୀ, ବିଷ୍ଣୁ ପ୍ରସାଦ ମିଶ୍ର, ବିଜେପି ନେତା ସଞ୍ଜୟ ସରକାର, ଅଶୋକ ବୈଦ୍ୟଙ୍କ ସମେତ ବହୁ ଜନସାଧାରଣ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଧାପ୍ରସାରଣରେ ଯୋଗଦାନ କରିଥିବା ବେଳେ ମୋଦୀ ଓଡିଶାର ବିଭିନ୍ନ ଜିଲ୍ଲାର ହିତାଧିକାରୀଙ୍କ ସହ କଥା ହୋଇ କେନ୍ଦ୍ର ସରକାରଙ୍କ ଯୋଜନା ସୁବିଧା ବିଷୟରେ ପଚାରିବୁଝିଥିଲେ। ଝରାପାଲ୍ଲୀ ଗ୍ରାମରେ ଜନସାଧାରଣ ମୋଦୀଙ୍କ ବାର୍ତ୍ତାକୁ ଦେଖିଥିଲେ। ସେଠରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା, ପିଏମ ମୁଦ୍ରା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନଔଷଧୀ, ପିଏମ ଜନଧନ ଯୋଜନା, ପିଏମ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଅଟଳ ପେନସନ ଯୋଜାନ, ସ୍ବନିଧି ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା, ପିଏମ୍ କିଷାନ ଯୋଜନା, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ସ୍ବଦେଶ ଦର୍ଶନ ଯୋଜନା ଓ ଆତ୍ମନିର୍ଭର ଭାରତ ବିକାଶ ବିଷୟରେ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ବ୍ୟକ୍ତି ବିକଶିତ ଭାରତ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ମହାନ୍ତି ପରିଚାଳନା କରିଥିଲେ।

Leave A Reply

Your email address will not be published.