xmas

ମାଲକାନଗିରି ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ୧୦ ଦଫା ଦାବି ପ୍ରଦାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଆଜି ବିକ୍ଷୋଭ ପ୍ରଦର୍ଶନ ସହ ବ୍ଲକ କାର୍ଯ୍ୟାଳୟ ଓ ପୌର ପାଳିକାରେ ଦାବି ପତ୍ର ପ୍ରଦାନ କରାଯାଇଛି । ବିଜେପିର ଶହ ଶହ କର୍ମୀ ଶୋଭାଯାତ୍ରାରେ ଆସି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ବିଡିଓ ଓ ପୌର ନିର୍ବାହୀ ଅଧିକାରୀଙ୍କୁ ୧୦ ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବିଗୁଡିକ ମଧ୍ୟରେ ଚଲିତ ବର୍ଷ ମାଲକାନଗିରି ବ୍ଲକରେ ବର୍ଷା ଓ ଜଳଅଭାବ ଯୋଗୁଁ ଚାଷୀଙ୍କ ଦାନ ନଷ୍ଟ ହୋଇଥିବାରୁ ମାଲକାନଗିରି ବ୍ଲକକୁ ମରୁଡି ଘୋଷଣା, ଜିଲ୍ଲାରେ ଧାନମଣ୍ଡି ଡିସେମ୍ବର ପ୍ରଥମ ସପ୍ତାହରେ ଖୋଲିବା, ୨୦୧୭ ମସିହାରୁ କେନ୍ଦ୍ର ସରକାରଙ୍କ ଅନୁମୋଦିତ ଜୟପୁର ମାଲକାନଗିରି ଓ ମାଲକାନଗିରି ଭଦ୍ରାଚଳମ ରେଳପଥ ଜମି ଅଧିଗ୍ରହଣ କରାଯାଉ ଭଳି ଅନେକ ଦାବି ଉଲ୍ଲେଖ ରହିଥିବା ବେଳେ ଏଥିରେ ବିଜେପିର ବହୁ କର୍ମକର୍ତ୍ତା ଓ ନେତ୍ରୁ ମଣ୍ଡଳୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.