xmas

ଚିତ୍ରକୋଣ୍ଡାରେ ବ୍ଲକସ୍ତରୀୟ ମାଲ୍ୟବନ୍ତ ଖେଳ ପ୍ରତିଯୋଗିତା ଅନୁଷ୍ଠିତ

ଚିତ୍ରକୋଣ୍ଡା, ୦୨/୧୨/୨୦୨୩: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସରକାରୀ ( ଏସ ଏସ ଡି ) ବାଳିକା ବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରଥମ ଦିନରେ ଆଜି ଚିତ୍ରକୋଣ୍ଡା ବ୍ଲକ ଅଧିନସ୍ଥ ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ କବାଡି, ଶହେ ମିଟର, ଦୁଇଶହ ମିଟର ଦୌଡ଼ ପ୍ରତିଯୋଗିତା, ଭଲିବଲ, ସଟଫୁଟ ଥ୍ରୋ, ଘୋଡ଼ାଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ସବୁଠାରୁ ମୁଖ୍ୟ ଆକର୍ଷଣ ଥିଲା ଘୋଡା ଦୌଡ଼ ପ୍ରତିଯୋଗିତା l ସ୍ୱାଭିମାନ ଅଞ୍ଚଳ ପାପରମେଟଲା ପଂଚାୟତର ୧୭ଟି ଘୋଡା ଏହି ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ l ଘୋଡା ଦୌଡ଼ ପ୍ରତିଯୋଗିତାରେ ରାଜୁ ଖିଲ ପ୍ରଥମ, ରୁକୁଣା ଖରା ଦ୍ଵିତୀୟ, ପୁରସତୀ ସିନ୍ଧେରୀ ତୃତୀୟ ରୂପେ ବିବେଚିତ ହୋଇଥିଲେ l ମୁଖ୍ୟ ଅତିଥି ଭାବରେ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ ଯୋଗଦେଇଥିବା ବେଳେ ଚିତ୍ରକୋଣ୍ଡା ବିଡ଼ିଓ ତନ୍ମୟ ପାତ୍ର, ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡ଼ା, ଚିତ୍ରକୋଣ୍ଡା ସମିତି ସଭ୍ୟ ରାଜକମଲ ପୁରୋହିତ, ଚିତ୍ରକୋଣ୍ଡା ସରପଞ୍ଚ ହରିମୋହନ ଖିଲ ଉପସ୍ଥିତ ଥିଲେ l ଚିତ୍ରକୋଣ୍ଡା ବ୍ଲକର ସମସ୍ତ କର୍ମକର୍ତା ଓ ସ୍ପୋର୍ଟ୍ସକ୍ଲବର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ l ପ୍ରତିଯୋଗିତା ଶେଷରେ ଚିତ୍ରକୋଣ୍ଡା ସରକାରୀ ଏସଏସଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.