xmas

ଜିଲ୍ଲାସ୍ତରୀୟ ଯୁବ ରେଡ଼କ୍ରସର ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ

ମାଲକାନଗିରି ତା.୦୨/୧୨/୨୩: ଭାରତୀୟ ରେଡ଼କ୍ରସ ସୋସାଇଟି ଓଡ଼ିଶା ସାଖାର ନିର୍ଦେଶ କ୍ରମେ ଏମ.ଭି.୭୯ ସ୍ଥିତ ଡ଼ଃ. ଶ୍ୟାମା ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଡ଼ଃ.ପ୍ରଶାନ୍ତ କୁମାର ପାଢ଼ିଙ୍କ ସଭାପତି୍ତ୍ୱରେ ତିନି ଦିନିୟା ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିନିୟା ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟନ କରିଛନ୍ତି । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଚିକିତ୍ସା ଅଧିକାରୀ ଧନେଶ୍ୱର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଯୁବ ରେଡ଼କ୍ରସର ଜ଼ିଲ୍ଲା ଆବାହକ ଡ଼ଃ. ରଂଜନ କୁମାର ସ୍ୱାଇଁ, ସ୍ଥାନୀୟ ସରକାରୀ ହସ୍ପିଟାଲର ଚିକିତ୍ସା ଅଧିକାରୀ ଡ଼ଃ. ପ୍ରସଞ୍ଜିତ ରାୟ, ପୂର୍ବତନ ଜ଼ିଲ୍ଲା ପରିଷଦ ସଦସ୍ୟ ପରିତୋଷ ସରକାର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜ଼ିଲ୍ଲା ଯୁବ ରେଡ଼କ୍ରସର ସଂଯୋଯକ ପ୍ରଫୁଲ୍ଲ କୁମାର ବିଶ୍ୱାଳ ଓ ଡ଼ଃ. ଶ୍ୟାମା ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରାମର୍ଶ ଦାତା ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ସହଯୋଗ କରିଥିଲେ । ମହାବିଦ୍ୟାଳୟ ତରଫରୁ ଅର୍ଥନୀତି ଅଧ୍ୟାପକ ଡ଼ଃ.ପ୍ରଦୀପ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ତେବେ ତିନି ଦିନ ଧରି ଚାଲିବାକୁ ଥିବା ଏହି ଶିବିରରେ ଜ଼ିଲ୍ଲାର ୩୮ଟି କଲେଜରୁ ପ୍ରାୟ ୧୫୦ଜଣ ଛାତ୍ର ଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ମାନେ ପ୍ରଶିକ୍ଷଣ ନେବାର କାର୍ଯ୍ୟକ୍ରମ ରହିଅଛି ।

Leave A Reply

Your email address will not be published.