xmas

ମାଲ୍ୟବନ୍ତ ମହୋତ୍ସବରେ ଦୁଲୁକିଲା ଚିତ୍ରକୋଣ୍ଡା

ଚିତ୍ରକୋଣ୍ଡା: ମାଲକାନଗିରି ଚିତ୍ରକୋଣ୍ଡାରେ ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ନିମନ୍ତେ ଆଜି ଉତ୍ସବ ମୁଖର ସାରା ଚିତ୍ରକୋଣ୍ଡା ସହର ତଥା ବ୍ଲକ ଅଞ୍ଚଳ l ବିଶାଳ କଳସ ଯାତ୍ରାକୁ ଜିଲ୍ଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲୁ ଓ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ଢେମସା ନୃତ୍ୟ ନିଆରା ଉଚ୍ଛାହ ଆଣିଦେଇଛି ଏକ ଆନନ୍ଦ ଭାବବେଗ l ଆଦିବାସୀଙ୍କ ପାରମ୍ପରିକ ଢେମସା ନୃତ୍ୟରେ ଝୁମିଲେ ଜନ ପ୍ରତିନିଧି ,ବିଡ଼ିଓ ତହସିଲଦାର ପ୍ରଶାସନିକ ଅଧିକାରୀ, ପଞ୍ଚାୟତ ପ୍ରତିନିଧି ଓ ଦର୍ଶକ l ଆଜି ଚିତ୍ରକୋଣ୍ଡା ମାଲ୍ୟବନ୍ତ ମହୋତ୍ସବ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ଓ ବିଡ଼ିଓ ତନ୍ମୟ ପାତ୍ରଙ୍କ ନେତୃତ୍ୱରେ ରୀତିନୀତି ଅନୁଯାଇ ଚିତ୍ରକୋଣ୍ଡା ନଦୀକୂଳତଟ ଦୁର୍ଗା ମନ୍ଦିର ପିଠ ସିଲେରୁ ନଦୀ କୂଳରୁ ପାରମ୍ପରିକ ପୂଜାଵିଧି ସହିତ କଳସ ଉଠାଇ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲ ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡ଼ା, ସିଡିପିଓ ସ୍ବର୍ଣ୍ଣପ୍ରଭା ଦାସଙ୍କ ସମେତ ଦୁଇ ହଜାରରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠିର ବିଶାଳ ଶୋଭା ଯାତ୍ରାରେ ଚିତ୍ରକୋଣ୍ଡା ସାରା ସହର ତଥା କଲୋନୀ ପରିକ୍ରମା କରିଥିଲେ l ଆଜି ସନ୍ଧ୍ୟା ଠାରୁ ଚିତ୍ରକୋଣ୍ଡା ମିନି ଷ୍ଟାଡିଅମ ପଡ଼ିଆରେ ଧୁମ ଧାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଝଲସିବ ମାଲ୍ୟବନ୍ତ ମହୋତ୍ସବ l

Leave A Reply

Your email address will not be published.