xmas

ମାଲକାନଗିରି ବ୍ଲକ ଉପାଧ୍ୟକ୍ଷଙ୍କ ଆମ ଓଡିଶା ନବୀନ ଓଡିଶା କାମକୁ ନେଇ ମନମାନି, ଦଲାଲଙ୍କ ନାମରେ ସୁପାରିଶକୁ ବିଡିଓଙ୍କ ବିରୋଧ

ମାଲକାନଗିରି ତା ୦୫.୧୨.୨୦୨୩: ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଆମ ଓଡିଶା ନବୀନ ଓଡିଶା କାମକୁ ନେଇ ମନମାନି କରିଛନ୍ତିା ଏହାକୁ ବିଡିଓ ଦୃଢ ବିରୋଧ କରିଥିବା ଜଣାପଡିଛି । ସୁଚନା ମୁତାବକ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ବିଭିନ୍ନ ଗ୍ରାମାଂଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମାଲକାନଗିରି ବ୍ଲକରେ ଏଥିରେ ବ୍ୟତିକ୍ରମ ହୋଇଥିବା ଦେଖିବାକୁୁ ମିୁଳିଛିା ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଂଜନ ହାଲଦାର ଚିଠି ମାଧ୍ୟମରେ ଦଲାଲଙ୍କ ନାମରେ ଆମ ଓଡିଶା ନବୀନ ଓଡିଶା କାମ ସୁପାରିଶ କରୁଥିବା ବେଳେ ଏହି କାମ ଦଲାଲଙ୍କୁ ଦିଆ ନ ଗଲେ କାମ କରାଇ ଦେବୁନାହିଁ ବୋଲି ବିଡିଓଙ୍କୁ ଧମକ ଦେଇଛନ୍ତି । ଏହା ବ୍ୟତୀତ ଅଯଥା ବ୍ଲକ ପ୍ରଶାସନର ଉନ୍ନୟନ ମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରି ବାଧକ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ବ୍ଲକକୁ ବଦନାମ କରିବାକୁ ପଛାଉ ନାହାନ୍ତି । ତତ୍ ସହିତ ବିଡିଓଙ୍କୁ ବିଭିନ୍ନ କଟୁ ମନ୍ତବ୍ୟ ଦେଇ ବଦନାମ କରୁଥିବା ବେଳେ ଜଣେ ସଚ୍ଚଟ ମହିଳା ପ୍ରଶାସକଙ୍କୁ ବେନିୟମ କାମ କରିବାକୁ ବାଧ୍ୟ କରୁଛନ୍ତି ବୋଲି ମାଲକାନଗିରି ବିଡିଓ ପ୍ରଭାତୀ ଝଡିଆ ଅଭିଯୋଗ କରିଛନ୍ତି । ଉକ୍ତ ଘଟଣାକୁ ବିଡିଓ ସୁଶ୍ରୀ ଝଡିଆ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିବା ବେଳେ ସମ୍ପୃକ୍ତ ଉପାଧ୍ୟକ୍ଷଙ୍କ ବିରୁଦ୍ଧରେ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଅଭିଯୋଗ କରିଥିବା ଜଣାପଡିଛି ।

Leave A Reply

Your email address will not be published.