xmas

ସରକାରୀ ସଂସ୍ଥାରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଲାଞ୍ଚ ଘଟଣାରେ ଦୁଇଜଣ ଗିରଫ

ମାଲକାନଗିରି, ୫।୧୨: ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗରେ ଅର୍ଥ ନେଇ ଚାକିରି ଦେବା ଘଟଣାରେ ଆଜି ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମାଲକାନଗିରି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ମେଡିକାଲରେ ବିଭିନ୍ନ ପଦ ପଦବୀ ନିମନ୍ତେ ଲାଞ୍ଚ ନେଇ ନିଯୁକ୍ତି ଦିଆଯାଇ ଥିବା ବିଗତ ଦିନରେ ଅଭିଯୋଗ ହୋଇଥିଲା । ବିଭିନ୍ନ ପଦ ପଦବୀ ପାଇଁ ୭୦ ହଜାରରୁ ୧ ଲକ୍ଷ ୩୦ ପର୍ଯ୍ଯନ୍ତ ଟଙ୍କା ଲାଞ୍ଚ ଆକାରରେ ଆଦାୟ କରାଯାଉଥିବା ବେଳେ ମାଲକାନଗିରି ଡାକ୍ତରଖାନାରେ ଜଣେ କର୍ମରତ ଷ୍ଟାଫ ନର୍ସ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ଦୁଇ ଅଧିକାରୀ ଏଥିରେ ସମ୍ପୂର୍ଣ ଲିପ୍ତ ଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପ୍ରାୟ ୫୦ରୁ ୬୦ ଲକ୍ଷ ଟଙ୍କା ଦେଣ ନେଣ ହୋଇଥିବା ଜଣା ପଡିଥିବା ବେଳେ ଭୂବଶ୍ୱେରର ସୁମିତ ଶିକୁରୀଟି ଆଉଟ ସୋର୍ସିଙ୍ଗ ଏଜେନ୍ସି ଏହି କାର୍ଯ୍ୟ ପାଇଁ ଚୟନ ହୋଇଥିଲା । ବିଗତ ଦିନରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ସହ ଥାନାରେ ମାମଲା ମଧ୍ୟ ମାମଲା ରୁଜ୍ଜୁ କରାଯାଇଥିଲା । ଯାହାକୁ ନେଇ ପୋଲିସ ତଦନ୍ତ କରି ଆଜି ଏହି ସୁମିତ ଶିକୁରୀଟି ଏଜେନ୍ସିର ଏମଡି ପ୍ରସନ୍ନ କୁମାର ସାହୁ ଓ ସୁକାନ୍ତ କୁମାର ନାଏକଙ୍କୁ ଭୁବନେଶ୍ବରରୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.