xmas

୭୫ତମ ବିଶ୍ୱ ମାନବାଧିକାର ଦିବସ ପାଳିତ

ସମସ୍ତଙ୍କ ପାଇଁ ସ୍ୱାଧୀନତା ସମାନତା ଏବଂ ନ୍ୟାୟ ପ୍ରଦାନ କର

ଭୁବନେଶ୍ୱର: ଆଜି ୧୦ ଡିସେମ୍ବର ବିଶ୍ଵ ମାନବାଧିକାର ଦିବସ l ଚଳିତ ବର୍ଷ ମାନବାଧିକାର ବିଶ୍ୱଘୋଷଣାନାମାର ୭୫ତମ ବାର୍ଷିକ l ଏହି ଐତିହାସିକ ଦିବସକୁ ଇନ୍ଷ୍ଟିଚ୍ୟୁଟ ଅଫ ହ୍ୟୁମାନ ରାଇଟ୍ସ ଏଡୁକେସନ, ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ, ଭାନ ମୁହିଲ ଟ୍ରଷ୍ଟ ଏବଂ ସି ଏସ ଏଫ ଏଚ ଆର ପ୍ରଭୃତି ଅନୁଷ୍ଠାନ ତରଫରୁ ମିଳିତ ଭାବରେ ଜାତିସଙ୍ଘର ବାର୍ତ୍ତା “ଦୁନିଆର ସମସ୍ତ ଜନଗଣ ଙ୍କ ପାଇଁ ସ୍ୱାଧୀନତା ସମାନତା ଓ ନ୍ୟାୟ ପୂର୍ଣ୍ଣ ଜୀବନ ଜାପାନ” ଆହ୍ୱାନ ଦେଇ ରାଜଧାନୀ ଭୁବନେଶ୍ୱରରେ ପାଳିତ ହୋଇଯାଇଛି l ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ସମ୍ମୁଖ ରାସ୍ତାରେ ସହ ସହ କଲେଜ ଓ ବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ମାନବାଧିକାର କର୍ମୀ ମାନଙ୍କର ଏକ ବିଶାଳ ମାନବ ଶୃଙ୍ଖଳ ସକାଳ ଠିକ ୧୦:୦୦ ଘଟିକା ବେଳେ ଅନୁଷ୍ଠିତ ହୋଇ ୧୧:୦୦ ଘଟିକା ପର୍ଯ୍ୟନ୍ତ ଚାଲିଥିଲା l ପାଲେଷ୍ଟାଇନରେ ଇସ୍ରାଏଲର ନରସଙ୍ଘlରକୁ ତୁରନ୍ତ ବନ୍ଦ କରି ଶାନ୍ତି ପ୍ରତିଷ୍ଠା ନିମନ୍ତେ ଆହ୍ୱାନ ଦିଆଯାଇଛି l

ଆମ ଦେଶର ମହିମା ମଣ୍ଡିତ ସମ୍ବିଧାନ ଯାହା ମାନବାଧିକାର ସୁରକ୍ଷା ପ୍ରଚାର ପ୍ରସାର କରିବା କ୍ଷେତ୍ରରେ ସମଗ୍ର ବିଶ୍ୱରେ ଏକ ଐତିହାସିକ ମାଇଲ ଖୁଣ୍ଟ ତାହାର ସୁରକ୍ଷା ନିମନ୍ତେ ବିଭିନ୍ନ ସ୍କୁଲ କଲେଜ ର ଉପସ୍ଥିତ ଛାତ୍ର ଛାତ୍ରୀ, ଶିକ୍ଷକ ଓ ମାନବାଧିକାର କର୍ମୀ ମାନଙ୍କୁ ସମ୍ବିଧାନ ର ମୁଖବନ୍ଧ କୁ ଶପଥ ପାଠ କରାଇ ବକ୍ତବ୍ୟ ଦେଇଥିଲେ ମୁଖ୍ୟ ଅତିଥି ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ନିର୍ଦ୍ଧେଶକ ଶ୍ରୀ ସରୋଜ ସାମଲ l ଏତେ ସଂଖ୍ୟାରେ ଛାତ୍ର ଛାତ୍ରୀ ଏହି ଅଐତିହାସିକ ଦିବସରେ ମାନବାଧିକାର ସୁରକ୍ଷା ବାର୍ତ୍ତା ପ୍ରଚାର ପାଇଁ ଏକାଠି ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l ବିଶିଷ୍ଟ ମାନବାଧିକାର କର୍ମୀ ଶ୍ରୀ ପ୍ରଦୀପ୍ତ ନୟାକଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମରେ ଡ. ମଧୁସୂଦନ ମିଶ୍ର, ଆଡ଼ଭୋକେଟ ବିଶ୍ଵପ୍ରିୟ କାନୁନଗୋ, ଶ୍ରୀ ଚନ୍ଦ୍ରନାଥ ଦାନୀ, ଶ୍ରୀ ନରେନ୍ଦ୍ର ମହାନ୍ତି, ଉଷାରlଣି ବେହେରା, ଶ୍ରୀ ବିପିନ ବାରିକ ପ୍ରମୁଖ ବକ୍ତବ୍ୟ ଦେଇ ମାନବାଧିକାର ସୁରକ୍ଷା ନିମନ୍ତେ ଆହ୍ୱାନ ଦେଇଥିଲେ l ଭାରତ ସ୍କାଉଟ ଆଣ୍ଡ ଗାଇଡ୍ସ ର ରାଜ୍ୟ ସହ ସମ୍ପାଦକ ମିହିର ବାବୁ ଧନ୍ୟବାଦ ଦେଇଥିଲେ l

Leave A Reply

Your email address will not be published.