xmas

ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଜାଣନ୍ତୁ ଏହି ୧୦ କଥା…

ରାୟପୁର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଷ୍ଣୁଦେଓ ସାଏ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଜଣେ ଆଦିବାସୀ ଚେହେରା, କେନ୍ଦ୍ରମନ୍ତ୍ରୀ ବିଷ୍ଣୁଦେଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ସପ୍ତାହେ ଧରି ଚାଲିଆସୁଥିବା ଚର୍ଚ୍ଚାରେ ରହିଥିଲେ। ଯଦିଓ ବିଷ୍ଣୁ ଶୀର୍ଷ ସିଏମ୍‌ ପୋଷ୍ଟ ପ୍ରତିଯୋଗୀମାନଙ୍କ ମଧ୍ୟରେ ଥିଲେ କିନ୍ତୁ ରମଣ ସିଂ ଏବଂ ରେଣୁକା ସିଂଙ୍କ ମଧ୍ୟରେ ଏକ ପ୍ରତିଯୋଗିତାରେ ସେ ଆଗଧାଡ଼ିର ବିବେଚିତ ହୋଇ ନ ଥିଲେ। ତେବେ ଆଶ୍ଚର୍ଯ୍ୟର କଥା ରବିବାର ବୈଠକ ପରେ ପର୍ଯ୍ୟବେକ୍ଷକମାନେ ଏକ ସପ୍ତାହ ପରେ ବିଷ୍ଣୁଦେଓଙ୍କ ନାମକୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛନ୍ତି।

(୧) ବିଷ୍ଣୁଦେଓ ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ଭାଜପାର ରାଜ୍ୟ ସଭାପତି ଭାବରେ କାର୍ଯ୍ୟ କରିଥିଲେ।

(୨) ଅଜିତ ଯୋଗୀଙ୍କ ପରେ ବିଷ୍ଣୁଦେଓ ଛତିଶଗଡ଼ର ଦ୍ୱିତୀୟ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୨୦୧୯ରେ ଅଜିତ ଯୋଗୀଙ୍କୁ ଏକ ଏସ୍‌ଟି ଭାବରେ ବାଦ ଦିଆଯାଇଥିଲା।

(୩) ବିଷ୍ଣୁଦେଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ କ୍ୟାବିନେଟରେ ଇସ୍ପାତ ମନ୍ତ୍ରୀ ଥିଲେ।

(୪) ନୂଆ ମୁଖ୍ୟମନ୍ତ୍ରୀ ମଧ୍ୟ ରାୟଗଡର ଲୋକ ସଭା ସଦସ୍ୟ ଥିଲେ।

(୫) ବିଷ୍ଣୁଦେଓ ମଧ୍ୟପ୍ରଦେଶ ବିଧାନସଭା ସଦସ୍ୟ ଭାବରେ୧୯୯୦-୯୮ ମଧ୍ୟରେ ମଧ୍ୟପ୍ରଦେଶରୁ ଛତିଶଗଡ଼ ହେବା ପୂର୍ବରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ।

(୬) ଛତିଶଗଡ଼ ୨୦୨୩ରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଷ୍ଣୁଦେଓ ଉତ୍ତର ଛତିଶଗଡ଼ର କୁଙ୍କୁରୀ ନିର୍ବାନମଣ୍ଡଳୀରୁ କଂଗ୍ରେସ ବିଧାୟକ ୟୁଡି ମିଞ୍ଜଙ୍କୁ ପରାସ୍ତ କରିଛନ୍ତି।

(୭) ବିଷ୍ଣୁଦେଓ ୧୯୯୯ରୁ ୨୦୧୪ ପର୍ଯ୍ୟନ୍ତ ରାୟଗଡ଼ ନିର୍ବାଚନମଣ୍ଡଳୀରୁ କ୍ରମାଗତ ୪ଟି ଲୋକସଭା ନିର୍ବାଚନରେ ଜିତିଥିଲେ।

(୮) ୨୦୧୯ ଲୋକସଭା ନିର୍ବାଚନରେ ବିଷ୍ଣୁ ଦେଓଙ୍କୁ ଟିକେଟ ଦିଆଯାଇ ନ ଥିଲା।

(୯) ବିଷ୍ଣୁଦେଓ ଯଶପୁରରେ ଜନ୍ମଗ୍ରହଣ କରିଥିଲେ। ରାଜନୀତିରେ ଯୋଗଦେବା ପୂର୍ବରୁ ସେ ବୃତ୍ତି ଅନୁଯାୟୀ ଜଣେ କୃଷକ ଥିଲେ।

(୧୦) ବିଷ୍ଣୁଦେଓ (ତେଲି) ସମ୍ପ୍ରଦାୟ

Leave A Reply

Your email address will not be published.