ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବରେ ଯୋଗ ଦେଲେ ନାହିଁ ସାମ୍ବାଦିକ

ମାଲକାନଗିରି :ମାଲକାନଗିରି ଜିଲ୍ଲାରେ ଆଜିଠାରୁ ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ ନେଇ ସାମ୍ବାଦିକ ମାନେ ଏହି ମହୋତ୍ସବରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟବନ୍ତ ମହୋତ୍ସବର ଆୟୋଜନ କରାଯାଉଥିବା ବେଳେ ଆରମ୍ଭରୁ ଏହି ମହୋତ୍ସବକୁ ଲୋକ ଲୋଚନକୁ ଆଣିବା ପାଇଁ ସାମ୍ବାଦିକ ମାନେ ଅଧିକ ଗୁରୁତ୍ଵ ଦେଇ ଖବର ପରିବେଷଣ କରି ଆସୁଥିଲେ । ବ୍ଲକସ୍ତରୀୟ ମହୋତ୍ସବ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମକୁ ବହୁଳ ରୂପେ ଖବର ପରିବେଷଣ କରାଯାଇଥିବା ବେଳେ ଚଳିତ ବର୍ଷ ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବରେ ସାମ୍ବାଦିକଙ୍କ ନିମନ୍ତେ ଉପଯୁକ୍ତ ବ୍ୟବସ୍ତା କରାଯାଇ ନଥିବା ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନେ ଅଭିଯୋଗ କରିଛନ୍ତି । ଏହି ମହୋତ୍ସବରେ ହୋଇଥିବା ଗ୍ୟାଲେରୀରେ ସାମ୍ବାଦିକ ମାନଙ୍କୁ ବସାଇବା ପାଇଁ ଏକ କୋଣରେ ସ୍ଥାନ ସଂରକ୍ଷଣ ରଖା ଯାଇଥିବା ବେଳେ ଏହି ସ୍ଥାନରୁ ମହୋତ୍ସବର ସମଞ୍ଚରେ ପରିବେଷଣ କାର୍ଯ୍ୟକ୍ରମ ସଠିକ ଭାବେ ଦୃଶ୍ୟମାନ ହେବ ନାହିଁ ଏବଂ ଫଟୋ ସଂଗ୍ରହ ମଧ୍ୟ ହୋଇ ପାରିବ ନାହିଁ । ଯାହାକୁ ନେଇ ସାମ୍ବାଦିକ ମାନେ ତୀବ୍ର ବିରୋଧ କରିବା ସହ ଜିଲ୍ଲା ସାମ୍ବାଦିକ ସମନ୍ଵୟ କମିଟିର ନିଷ୍ପତ୍ତି କ୍ରମେ ସମସ୍ତ ସାମ୍ବାଦିକ ମାନେ ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବାକୁ ନିଷ୍ପତି ନେଇଛନ୍ତି ।

Leave A Reply

Your email address will not be published.