xmas

ସୁରଟକୁ ମିଳିଲା ବିଶ୍ୱର ସର୍ବବୃହତ୍‌ ଡାଇମଣ୍ଡ ବୁର୍ସ

ସୁରଟ ଡାଇମଣ୍ଡ ବୁର୍ସକୁ ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ ଠାରୁ ମଧ୍ୟ ବିଶାଳ ବୋଲି କୁହାଯାଉଛି।

ଗୁଜରାଟ: ଗୁଜରାଟର ସୁରଟକୁ ମିଳିଲା ବିଶ୍ୱର ସର୍ବବୃହତ ଡାଇମଣ୍ଡ ବୁର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାକୁ ଉଦ୍‌ଘାଟନ କରିଛନ୍ତି। ସୁରଟର ଏହି ଡାଇମଣ୍ଡ୍ ବୁର୍ସ ବିଶ୍ୱର ବୃହତ୍ତମ ଅଫିସ ସ୍ପେଶ୍‌ ଅଟେ। ଏହା ଆଗକୁ ବୃହତ୍ତମ ହୀରା ବ୍ୟବସାୟ ପେଣ୍ଠସ୍ଥଳ ମଧ୍ୟ ବନିବ।

ଅଦ୍ୟାବଧି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ହୀରା କାରବାରର ହବ୍ ଭାବରେ ପରିଗଣିତ ହେଉଥିବା ବେଳେ ଏବେ ଡାଇମଣ୍ଡ ବୁର୍ସ ଖୋଲିବା ପରେ ସୁରଟ ମଧ୍ୟ ଅଳଙ୍କାର ଏବଂ ହୀରା କାରବାରରେ ଏକ ବଡ଼ ହବ୍ ଭାବରେ ଉଭା ହେବ।

ପ୍ରଧାନମନ୍ତ୍ରୀ ମୋଦି ଆଜି ଗୁଜରାଟ ଗସ୍ତରେ ଯାଇ ଏହି ସର୍ବବୃହତ୍‌ ଡାଇମଣ୍ଡ ବୁର୍ସକୁ ଉଦ୍‌ଘାଟନ କରିଛନ୍ତି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ସୋଶାଲ ମିଡିଆ ହ୍ୟାଣ୍ଡେଲ ‘X’ରେ ଲେଖିଛନ୍ତି, ସୁରଟ ଡାଇମଣ୍ଡ ବୁର୍ସ ସୁରଟର ହୀରା ଶିଳ୍ପର ଗତିଶୀଳତା ଏବଂ ଅଭିବୃଦ୍ଧି ପ୍ରଦର୍ଶନ କରେ। ଏହା ଭାରତର ଉଦ୍ୟୋଗୀ ମନୋଭାବର ଏକ ପ୍ରମାଣ। ଏହା ବାଣିଜ୍ୟ, ନବସୃଜନ ଏବଂ ସହଯୋଗର ଏକ ହବ୍ ଭାବରେ କାର୍ଯ୍ୟ କରିବ, ଆମର ଅର୍ଥନୀତିକୁ ଆହୁରି ବଢ଼ାଇବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

Leave A Reply

Your email address will not be published.