xmas

ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣିତ ଦିବସ ପାଳନ ଏବଂ ଜେଜେବାପା ଜେଜେ ମା ସମ୍ମିଳନୀ ଅନୁଷ୍ଠିତ

ଚିତ୍ରକୋଣ୍ଡା: ସାମ୍ପ୍ରତିକ ସମାଜରେ ବର୍ତ୍ତମାନ ପରିପେକ୍ଷୀରେ ବନ ବିହାର ଓ ଗଣିତ ମେଳା ଓ ଜେଜେ ବାପା ଜେଜେ ମା ସମ୍ମିଳନୀର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଅଟେ, ଶିଶୁଙ୍କର ମାନସିକ ବିକାଶ, ନୁର୍ତ୍ତନ ଚିନ୍ତାଧାରା କୁ ନେଇ ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ର ପରିଚାଳନା କମିଟି ତଥା ପ୍ରଧାନ ଆଚାର୍ଯ୍ୟ ବାନାମ୍ବର ପ୍ରଧାନ ଙ୍କ ଆହ୍ୱାନ କ୍ରମେ ବିଦ୍ୟାଳୟ ର ସମସ୍ତ ଛାତ୍ର ଓ ଛାତ୍ରୀ ମାନଙ୍କୁ ନେଇ ସମସ୍ତ ଗୁରୁମା ଗୁରୁଜୀଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇ ଯାଇଛି ବନ ବିହାର କାର୍ଯ୍ୟକ୍ରମ, ଗଣିତ ଦିବସ ମେଳା ଓ ଜେଜେ ବାପା ଜେଜେ ମା ସମିଳନୀ l ଜେଜେ ବାପା ଜେଜେ ମା ସମ୍ମିଳନୀ ଅଶୀ ଜଣରୁ ଉର୍ଦ୍ଧ ଜେଜେ ବାପା ଓ ମା ଯୋଗ ଦେଇ ଶିଶୁ ମାନଙ୍କ ସହ ଆଲୋଚନା କରିଥିଲେ l ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ, ଚିତ୍ରକୋଣ୍ଡା ବ୍ଲକ ସହାୟକ ଯନ୍ତ୍ରୀ ସୂର୍ଯ୍ୟ ନାରାୟଣ ବେହେରା, ଜିପିଓ ହେମନ୍ତ କୁମାର ଭୂୟାଁ, ଚିତ୍ରକୋଣ୍ଡା ସରପଞ୍ଚ ହରିମୋହନ ଖିଲ ଓ ବରିଷ୍ଠ ସମାଜସେବୀ ଦେବେନ୍ଦ୍ର ଦାସ ଯୋଗ ଦେଇଥିଲେ l ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଗଣିତ ମେଳାରେ ଛାତ୍ର ଛାତ୍ରୀ ମାନେ ବୁଲି ବିଭିନ୍ନ ପ୍ରକଳ୍ପ ପଦର୍ଶନ କରିଥିଲେ l ସମସ୍ତ ଛାତ୍ର ଛାତ୍ରୀ ଅଭିଭାବକ ଓ ଅନ୍ୟ ସମସ୍ତେ ମଧ୍ୟ ଆସି ବୁଲି ଦେଖିଥିଲେ ଏଥି ସହିତ ବିଦ୍ୟାଲୟରେ ବନ ବିହାର ଭୋଜି ପାଇଁ ବେସ ଆକୃଷ୍ଟ ହୋଇ ଆନନ୍ଦର ସହ ବୁଲାବୁଲି କରିଥିଲେ ଆନୁଷ୍ଠାନିକ ଭାବରେ ଜେଜେ ବାପା ଜେଜେ ମା ସମିଳନୀ ଅନୁଷ୍ଠିତ ହୋଇଅଛି l ଗଣିତ ମେଳାରେ ଭଲ ପଦର୍ଶିତ କରିଥିବା ଛାତ୍ର ଛାତ୍ରୀଙ୍କୁ ଚୟନ କରିବାକୁ ଚିତ୍ରକୋଣ୍ଡା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଆସି ପରିଦର୍ଶନ କରି ମାର୍କ ଦେଇଥିଲେ ବିଦ୍ୟାଳୟ ତରଫରୁ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ଆଜି ବିଦ୍ୟାଳୟର ସଭାପତି ଖିରୋଦ ବେହେରା, ସମ୍ପାଦକ ଶଶାଙ୍କ ଶେଖର କର, କୋଷାଧକ୍ଷ ହେମନ୍ତ ନାୟକ, ସମାଜସେବୀ ଦେବେନ୍ଦ୍ର ସାହୁ, ପୂର୍ବତନ କୋଷାଧକ୍ଷ ଏବଂ ବର୍ତ୍ତମାନ ଯୁଗ୍ମ ସମ୍ପାଦକ ମନୋଜ ପାତ୍ର ଓ ଚିତ୍ରକୋଣ୍ଡା ଏସଏସଡି ବିଦ୍ୟାଳୟର ପ୍ରଦାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଙ୍କ ଉପସ୍ଥିତିରେ ନାମ ଘୋଷଣା କରି ପୁରସ୍କାର ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ସୁବାସ ମାଝୀ, ଭାସ୍କର ଗୁଡ଼ିଆ ଏବଂ ଗୁରୁମା ସବିତାମୟୀ ମହାପାତ୍ର, ସୁମତି ପାଇକରାୟ, କେ. ଭାରତୀ, ମନୋରମା ଗୁଡ଼ିଆ, ବାସନ୍ତୀ ଜାନି, ପ୍ରତିମା ଗରଡ଼ା ପରିଚାଳନା କରିଥିଲେ l ଆଜିର ବନ ବିହାର କାର୍ଯ୍ୟକ୍ରମରେ ଶିଶୁ ମାନଙ୍କ ସହ ଜେଜେ ବାପା ଜେଜେ ମା, ଗୁରୁଜୀ ଗୁରୁମା ଏବଂ ଅତିଥି ସମୂହ ଏକାଠି ବସି ଭୋଜନ କରି ଆନନ୍ଦର ସହ ଖୁସି ମନାଇଥିଲେ l

Leave A Reply

Your email address will not be published.