xmas

ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ-୨୦୨୪ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ

ମାଲକାନଗିରି, ୨୨/୧୨/୨୩: ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ-୨୦୨୪ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ବି. ପରମେଶ୍ଵରନ, କମିଶନର, ଚକବନ୍ଦୀ, ଓଡ଼ିଶା ତଥା ଭୋଟର ତାଲିକା ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ, ବେଦବର ପ୍ରଧାନ ଓ ଉପ-ଜିଲ୍ଲାପାଳ ତଥା ଭୋଟର ପଞ୍ଜୀକରଣ ଅଧିକାରୀ, ଡଃ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ସମେତ ସମସ୍ତ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ସହାୟକ ଭୋଟର ପଞ୍ଜୀକରଣ ଅଧିକାରୀ ଉପସ୍ଥିତ ଥିଲେ ।

ଉକ୍ତ ପ୍ରକ୍ରିୟାରେ ମାଲକାନଗିରି ଜିଲ୍ଲା ସକରାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରକ୍ରିୟାଟିକୁ ତ୍ଵରାନିତ କରିଥିବାରୁ ପର୍ଯ୍ୟବେକ୍ଷକ ସନ୍ତୁଷ୍ଠି ପ୍ରକାଶ କରିଥିଲେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହିଭଳି ପଦକ୍ଷେପ ଗ୍ରହଣ କରି ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ ପ୍ରକ୍ରିୟାକୁ ନିର୍ଦ୍ଧାରିତ ସମୟ ଅନୁସାରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷା ବୈଠକ ପରେ ପର୍ଯ୍ୟବେକ୍ଷକ ଭୋଟର ପଞ୍ଜୀକରଣ ଅଧିକାରୀ-ତଥା-ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ପ୍ରସ୍ତୁତ କରାଯାଇଥିବା ସ୍ଵିପ୍ କାର୍ଯ୍ୟକ୍ରମ ସମ୍ବନ୍ଧିତ ବିଭିନ୍ନ ଫଟୋ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଫଟୋ ଗ୍ୟାଲେରୀର ଉନ୍ମୋଚନ କରିଥିଲେ । ଫଟୋ ଗୁଡ଼ିକୁ ଦେଖିବା ପରେ ପର୍ଯ୍ୟବେକ୍ଷକ ଖୁସି ପ୍ରକଟ କରିବା ସହିତ ପ୍ରଶଂସନୀୟ କାର୍ଯ୍ୟପାଇଁ ଜିଲ୍ଲା ପ୍ରଶାସନର ନିର୍ବାଚନ ବିଭାଗର ସମସ୍ତ ଉଚ୍ଚ ପଦାଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ପରେ ପରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ବିଭାଗକୁ ଆସି ସଂଶୋଧନ ପ୍ରକ୍ରିୟା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଅବଗତ ହୋଇଥିଲେ । ସଂଶୋଧନ ସଂକ୍ରାନ୍ତିୟ ସମସ୍ତ ଅସମ୍ପୂର୍ଣ କାର୍ଯ୍ୟକୁ ୨୬ ଡ଼ିସେମ୍ବର ୨୦୨୩ ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.