xmas

ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ମାଲକାନଗିରିରେ ପୁରସ୍କାର ବିତରଣ ତଥା ନୂଆ-ଓ ର ଉଦଯାପନୀ ଦିବସ ପାଳିତ

ମାଲକାନଗିରି: ଆଜି ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ମାଲକାନଗିରିର ନୂଆ-ଓ ଅଧୀନରେ ଅନୁଷ୍ଠିତ ଏକ ମାସ ତମାମ ଚାଲିଆସୁଥିବା ତିନୋଟି ବିଭାଗ ଯଥା- କ୍ରୀଡା, ସାଂସ୍କୃତିକ ଓ ସାମାଜିକ ସଚେତନ କାର୍ଯ୍ୟକ୍ରମ ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ର ଉପଜିଲ୍ଲାପାଳ ଡକ୍ଟର ଅକ୍ଷୟ ଖେମୁଣ୍ଡୁ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଜୀବନରେ କିଛି ନୂଆ କରିବା, ନିଜର ସପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବା ସହ ସମସାମୟିକ ସୂଚନା ସହ ଅଧିକ ଅବଗତ ରହିବା ପାଇଁ ଉଦବୋଧନ ଦେଇଥିଲେ

ଉକ୍ତ କାର୍ଯ୍ୟକ୍ରମରେ ପ୍ରଫେସର ଦୁର୍ଗା ପ୍ରସାଦ ମିଶ୍ର, ଅଫିସର ଅନ ସ୍ପେସିଆଲ ଡିଉଟି, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଜୟପୁର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ 45 ପୂର୍ବେ ମାଲକାନଗିରି ଆସିଥିବା ନିଜର ଅନୁଭୂତି କୁ ଦର୍ଶକଙ୍କ ସମ୍ମୁଖରେ ବଖାଣି ଥିଲେ l ମହାବିଦ୍ୟାଳୟ ର ଅଧକ୍ଷ୍ୟ ଶ୍ରୀଯୁକ୍ତ ଡକ୍ଟର ଆଲୋକ ପାତ୍ର ନିଜର ବକ୍ତବ୍ୟ ରେ ନିଜ ମାତୃଭାଷା କୁ ଭଲ ପାଇବା ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସମାଜର ମଙ୍ଗଳ ଉଧେଶ୍ୟ ରେ ନିଜକୁ ଉତ୍ସର୍ଗ କରିବା ପାଇଁ ଛାତ୍ରଛାତ୍ରୀ ଙ୍କୁ ଆହ୍ୱାନ ଦେଇଥିଲେ l ଜୀବନରେ ସଫଳ ହେବା ପାଇଁ କଠିନ ପରିଶ୍ରମ କରିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ କାର୍ଯ୍ୟକ୍ରମ ରେ ସଂମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଲେଫ୍ଟନାଣ୍ଟ ଉଦୟ ନାଏକ, ଇଂରାଜୀ ଅଧ୍ୟାପକ ତଥା ଏନସି ସି ଅଧିକାରୀ ରାୟଗଡା ଶୟଂଶାସିତ ମହାବିଦ୍ୟାଳୟ ରୁ ଯୋଗଦେଇଥିଲେ l ସେ ନିଜର ବକ୍ତବ୍ୟ ରେ କହିଥିଲେ ସପ୍ନ ତାକୁ କୁହାଯାଏ ନାହିଁ ଯାହା ଆମେ ସ୍ୱପ୍ନରେ ଦେଖୁ, ସପ୍ନ ତାକୁ କୁହାଯାଏ ଯାହା ତୁମକୁ ଶୋଇବାକୁ ଦେବ ନାହିଁ l ଛାତ୍ର ଜୀବନରେ କେମିତି ଏକ ଶୃଙ୍ଖଳିତ ଜୀବନ ବିତାଇବାକୁ ହୁଏ ସେ ବିଷୟରେ ସେ ଉପସ୍ଥିତ ଛତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ l ନୂଆ- ଓ କାର୍ଯ୍ୟକ୍ରମ ର ମାଲକାନଗିରି ନଡାଲ ଅଫିସର ଶ୍ରୀ ରଞ୍ଜନ କୁମାର ସ୍ୱାଇଁ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ନୂଆ-ଓ କାର୍ଯ୍ୟକ୍ରମ ର ଉଧେଶ୍ୟ ବିଷୟରେ ବର୍ଣ୍ଣନା କରିବା ସହିତ ନିଜର ଲୁକାୟିତ ପ୍ରତିଭା କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପରିପ୍ରକାଶ କରିବା ପାଇଁ କହିଥିଲେ l ଶେଷରେ ପୁରସ୍କାର ବିତରଣ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା

Leave A Reply

Your email address will not be published.