xmas

ହୁଙ୍କାର ଓଡ଼ିଆଙ୍କର ସପ୍ତମ ବାର୍ଷିକ ଉତ୍ସବ ପାଳନ

ଭୁବନେଶ୍ୱର: ହୁଙ୍କାର ଓଡ଼ିଆଙ୍କର ସପ୍ତମ ବାର୍ଷିକ ଉତ୍ସବ ଖୁବ୍ ଉତ୍ସାହ ଓ ଉଦ୍ଧୀପନାର ସହ କଳିଙ୍ଗ ବିହାର କେ-୪ ପାଣି ଟାଙ୍କି ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ବାବୁ ସିଂ ଯୋଗ ଦେଇ ସମାଜ ବିକାଶ ଓ ସମୃଦ୍ଧି ଦିଗରେ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ଅବଦାନ ବାବଦରେ ତାଙ୍କ ସଂଭାଷଣରେ ଆଲୋକପାତ କରିଥିଲେ । ଏହି ଅବସରରେ ଏଆଇସିସି ସଭ୍ୟ ଶ୍ରୀଯୁକ୍ତ ରାଜୀବ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ହୁଙ୍କାର ଓଡ଼ିଆଙ୍କର ସାମାଜିକ ଆଭିମୁଖ୍ୟଙ୍କୁ ଆଗେଇ ନେବାରେ ପ୍ରତ୍ୟେକ ବ୍ୟକ୍ତିର ଭୂମିକା ବାବଦରେ ଅଭିଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିଶିର କୁମାର ମହାନ୍ତି ହୁଙ୍କାର ଓଡ଼ିଆଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ ଅବଗତ କରାଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶ୍ରୀମତୀ ଆରତୀ ଭୂୟାଁ, ସମାଜସେବୀ, ଇଗ୍‌ତିଆରି ଅଲ୍ଲୀ, ଅଧ୍ୟକ୍ଷ, ଫେଷ୍ଟିଭ୍ ଡିଭାଇନ୍ ଉପସ୍ଥିତ ଥିଲେ । ଏହି ଅବସରରେ ହୁଙ୍କାର ଓଡ଼ିଆଙ୍କର ବାର୍ଷିକ ପତ୍ରିକା ସ୍ମରଣିକା-୨୦୨୩ର ଉନ୍ମୋଚନ ହୋଇଥିଲା । ପତ୍ରିକାର ସମ୍ପାଦକ ଶ୍ରୀ ଯୋଗେନ୍ଦ୍ର ଦାସ ଏହି ଅବସରରେ ସମ୍ପାଦକୀୟ ବାର୍ତା ପଠନ କରିଥିଲେ । ପତ୍ରିକାର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ପ୍ରଧାନ ତାଙ୍କ ଅଭିଭାଷଣରେ ହୁଙ୍କାର ଓଡ଼ିଆଙ୍କର ପ୍ରତି ସମସ୍ତଙ୍କର ସହଯୋଗ କାମନା କରି ଭବିଷ୍ୟତରେ ଏହି ସାମାଜିକ ଅନୁଷ୍ଠାନ କିପରି ସକ୍ରିୟତାର ସହ କାର୍ଯ୍ୟ ସମ୍ପାଦନ କରିପାରିବ, ସେ ବାବଦରେ ଆଲୋକପାତ କରିଥିଲେ । ଏହି ଅବସରରେ ସମାଜର ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟସାଧନ କରିଥିବା କିଛି ସଫଳ ବ୍ୟକ୍ତିଙ୍କୁ ମାନପତ୍ର ଓ ଉତରୀୟ ସହ ସମ୍ବର୍ଦ୍ଧନା କରାଯାଇଥିଲା । ସଭା ପରିଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ତ୍ରିପାଠୀ (ବାପୁ ଭାଇ) ଅତିଥିମାନଙ୍କୁ ତଥା ହୁଙ୍କାର ଓଡ଼ିଆଙ୍କର ପରିବାରର ସମସ୍ତ ସଦସ୍ୟ ଉପଦେଷ୍ଟା ମଣ୍ଡଳୀ ଓ ପରିଚାଳନା କମିଟିର ସଭ୍ୟ ତଥା ଉପସ୍ଥିତ ଜନତାଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ହୁଙ୍କାର ଓଡ଼ିଆଙ୍କର ଶିକ୍ଷା ଅନୁଷ୍ଠାନ ଏସେନ୍‌ସିଆଲ୍ ଟ୍ୟୁଟୋରିଆଲ୍ ବ୍ଲାସେସ୍ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସମ୍ପାଦକ ଶ୍ରୀ ଯୋଗେନ୍ଦ୍ର ଦାସ ଓ ବରିଷ୍ଠ ସାମ୍ବାଦିକ ଓଟିଭି ଡିଜିଟାଲ୍ ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ମହାପାତ୍ର ପ୍ରମୁଖ ।

Leave A Reply

Your email address will not be published.