xmas

ଶିଶୁମନ୍ଦିରରେ ବାର୍ଷିକ କ୍ରୀଡା ଉଦଯାପିତ

ବଡ଼ଚଣା: ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ମା’ମଲ୍ୟାଶୁଣୀ ସରସ୍ବତୀ ଶିଶୁମନ୍ଦିରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାର୍ଷିକ କ୍ରୀଡା ଦୁଇଦିନ ଧରି ହୋଇଯାଇ ଅଛି । ଏହି ବାର୍ଷିକ କ୍ରୀଡାରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଖେଳରେ ଅଂଶଗ୍ରହଣ କରିଥିଲେ । ପିଲା ମାନେ ଦୁଇଶହ ମିଟର ଦୌଡ, ହାଇଜମ୍ପ, ଲଙ୍ଗ ଜମ୍ପ, ଡିସ୍କସ, ସଟଫୁଟ, ମ୍ୟୁଜିକ ଚେୟାର, ଗଣିତ କସା, ବେଙ୍ଗ ଡିଆ ଏବଂ ଆଳୁ ଚମଚ ଇତ୍ୟାଦି ଖେଳ ମାନର ପଦର୍ଶନ କରିଥିଲେ । ଏହି ଖେଳ ଗୁଡିକ ସ୍କୁଲ ପାଖ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିଲା । ଖେଳର ଶେଷ ଦିନରେ ଅତିଥି ଭାବେ ଓଡିଶା ପୋଲିସ କାର୍ଯ୍ୟରତ ଥିବା ଶ୍ରୀ ଅଜୟ ସିଂ, ପୂର୍ବତନ ବନ ବିଭାଗରେ କାର୍ଯ୍ୟରତ ଥିବା ଅବସରପ୍ରାପ୍ତ ଲଳିତ ସିଂ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଶହ ଗୋଲଡ଼, ସିଲଭର ଓ ବ୍ରୋଞ୍ଚ ମେଡାଲ ଉପହାର ପ୍ରଦାନ କରିଥିଲେ । ଏହି ଉତ୍ସବରେ ସ୍କୁଲର ସଭାପତି ଗୌର ଚନ୍ଦ୍ର ସାମଲ, କୋଷାଧକ୍ଷ ଶୈଳେନ୍ଦ୍ର ନାରାୟଣ ବାରିକଙ୍କ ସମେତେ ସମସ୍ତ ଗୁରୁଜୀ/ଗୁରୁମା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଙ୍କୁ ସୁଚାରୁରୂପେ ତୁଲାଇଥିଲେ ।

Leave A Reply

Your email address will not be published.