xmas

ଯୁବ ପିଢ଼ିଙ୍କୁ ବିଜେଡି ଦଳ ପ୍ରତି ଆକୃଷ୍ଠ କରିବାକୁ ନୂଆ ଓ ଯୋଜନା ବାହାନା: କଂଗ୍ରେସ ଆଣିଲା ଅଭିଯୋଗ

ମାଲକାନଗିରି, ୩/୧/୨୪: ମାଲକାନଗିରି ଜିଲ୍ଲାରେ ରାଜ୍ୟ ସରକାରଙ୍କ ନୂଆ ଓ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଏଠି ପାଇଁ ବିଶାଳ ଆୟୋଜନ କରଯାଇଥିଲା । ଆୟୋଜିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମହା ବିଦ୍ୟାଳୟରୁ ହଜାର ହଜାର ପିଲାଙ୍କୁ ବସ ଓ ବିଭିନ୍ନ ବସ୍ ଯୋଗେ ଅଣାଯାଇ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା । ତେବେ ଏହାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି କାର୍ଯ୍ୟକ୍ରମ କେବଳ ଯୁବ ପିଢ଼ିଙ୍କୁ ବିଜେଡି ପ୍ରତି ଆକୃଷ୍ଠ କରିବା ପାଇଁ କରାଯାଇଥିବା ଅଭିଯୋଗ କରିଛନ୍ତି । ଯେଉଁଥି ପାଇଁ ରାଜ୍ୟ ରାଜକୋଶରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ଯୁବ ପିଢ଼ିଙ୍କର କିଛି ଭବିଷ୍ୟତ ଗଢି ହେବନାହିଁ । ଜିଲ୍ଲାରେ ଆଜି ମଧ୍ୟ ଯୁବ ପିଢ଼ି ରୋଜଗାର ଅନ୍ଵେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶୋଷଣର ଶିକାର ହେଉଛନ୍ତି । ଜିଲ୍ଲାରେ ଜିଲ୍ଲା ଭିତ୍ତିକି ନିଯୁକ୍ତିକୁ ରାଜ୍ୟ ସରକାର ଲାଗୁ କରି ପାରୁନଥିବାରୁ ଯୁବ ପିଢୀ ଚାକିରି ଖଣ୍ଡିଏ ପାଇବା କଷ୍ଟକର ହୋଇ ପଡିଛି । ଏହା ବ୍ୟତିତ ଜିଲ୍ଲାରେ ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବିଏଡ କଲେଜ ଆଜି ଯାଏଁ କାର୍ଯ୍ୟକ୍ଷମ ନ ହୋଇ ଭୁତ କୋଠିରେ ପରିଣତ ହେବାକୁ ଲାଗିଛି । ଯାହା ଫଳରେ ସରକାରୀ ଅର୍ଥ ପାଣିରେ ପଡିଥିବା ବେଳେ ଯୁବ ପିଢ଼ି ବିଏଡ ଶିକ୍ଷାରୁ ମଧ୍ୟ ବଞ୍ଚିତ ଅଛନ୍ତି । ଜିଲ୍ଲାରେ ଯୁବ ପିଢ଼ିଙ୍କ ମଧ୍ୟରେ ଥିବା କ୍ରିଡା ପ୍ରତିଭାର ବିକାଶ ପାଇଁ ଥିବା କ୍ରୀଡା ଛାତ୍ରବାସକୁ ମଧ୍ୟ ସରକାର ବନ୍ଦ କରି ଦେଇଥିବା ବେଳେ ଏହି ଛାତ୍ରବାସରୁ ଅନେକ କ୍ରୀଡାବିତ ରାଜ୍ୟ ଓ ଜାତୀୟ ସ୍ତରରେ ଗୌରବ ଆଣିଥିଲେ । ଯାହା ଫଳରେ ଏହି କେନ୍ଦ୍ର ବନ୍ଦ ହେବାରୁ ଯୁବ ପିଢ଼ି କ୍ରୀଡାରୁ ମୁହ ଫେରେଇ ନେଇଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସୁଧା ଅନେକ ବିଦ୍ୟାଳୟର ନିଜସ୍ଵ ପକ୍କା ଗୃହ ନାହି, ଫଳରେ ପିଲାଏ ଖରା ବର୍ଷକୁ ଆଦରି ପାଠ ପଢୁଥିବା ବେଳେ ରାଜ୍ୟ ସରକାର ନୂଆ ଓ ମାଧ୍ୟମରେ ପାଣି ପରି ଖର୍ଚ କରୁଥିବା ଅର୍ଥକୁ ଏହି ଦିଗରେ ଖର୍ଚ୍ଚ କଲେ ଜିଲ୍ଲାରେ ଯୁବ ପିଢ଼ିଙ୍କ ପ୍ରକୃତ ବିକାଶ ହୋଇ ପାରନ୍ତା ବୋଲି ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସର ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର, ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦା, ଜି ଶ୍ରୀନିବାସ ରାଓ, ପଦ୍ମ ପାଙ୍ଗି, ଭିମା ୱର୍ସେ, ସରୋଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.