xmas

ଓଡ଼ିଶାରେ ଡ୍ରାଇଭର ସଂଘ ଆନ୍ଦୋଳନ ସ୍ଥଗିତ, କିନ୍ତୁ ଦେଖାଦେଲା ଟ୍ୱିଷ୍ଟ

ଆଜି ପରିବହନ କମିଶନର ଅମିତାଭ ଠାକୁର ଡ୍ରାଇଭର ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ବେଶ୍‌ ଫଳପ୍ରଦ ହେବା ସହ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ପରିବହନ କମିଶନର ସୂଚନା ଦେଇଛନ୍ତି।

ଭୁବନେଶ୍ୱର: ଓଡ଼ିଶାରେ ସ୍ଥଗିତ ହେଲା ଡ୍ରାଇଭର ସଂଘ ଆନ୍ଦୋଳନ। ଏନେଇ ସୂଚନା ଦେଇଛନ୍ତି ଖୋଦ ପରିବହନ କମିଶନର ଅମିତାଭ ଠାକୁର। ଫଳରେ ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନକୁ ନେଇ ଦେଖାଦେଇଥିବା ସଙ୍କଟ ଦୂର ହେବ ବୋଲି ଆଶା ଉଜ୍ଜୀବୀତ ହୋଇଛି।

ଗତ ୩ ଦିନ ଧରି ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିଅରି ଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ ରାଜ୍ୟରେ ପରିସ୍ଥିତି ଅସମ୍ଭାଳ ହେବାକୁ ଲାଗିଥିଲା। ଏପରି ସ୍ଥିତିରେ ଆଜି ପରିବହନ କମିଶନର ଅମିତାଭ ଠାକୁର ଡ୍ରାଇଭର ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ବେଶ୍‌ ଫଳପ୍ରଦ ହେବା ସହ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ପରିବହନ କମିଶନର ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ସାକ୍ଷାତକାରରେ ସେ କହିଛନ୍ତି ଡ୍ରାଇଭର ମହାସଂଘ କର୍ମକର୍ତ୍ତାଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ବେଳେ ତାହା ଫଳପ୍ରଦ ହୋଇଛି। ୩ ବର୍ଷ ହେଲା ସେମାନେ କରି ଆସୁଥିବା ଦାବି ପୂରଣ କରାଯାଇଛି। ଫଳରେ ଆମ ଅନୁରୋଧ ରକ୍ଷା କରି ସେମାନେ ଆନ୍ଦୋଳନକୁ ପ୍ରତ୍ୟାହାର କରିଛନ୍ତି।

ପରିବହନ କମିଶନରଙ୍କ ସୂଚନା ପରେ ବି ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ଘୋଷଣାରେ ଦେଖାଦେଇଛି ଟୁଇଷ୍ଟ । କଟକ ଗୋପାଳପୁରରେ ଆନ୍ଦୋଳନ କରୁଥିବା ଡ୍ରାଇଭର କହିଛନ୍ତି, ଆନ୍ଦୋଳନ ସ୍ଥଗିତ କଥା ଆମେ ଜାଣିନୁ । କାହା ସହ କମିଶନର ଆଲୋଚନା କରି ସ୍ଥଗିତ ରଖିଲେ ଜାଣିନୁ । ଆମ ରାଜ୍ୟ ସଭାପତି ଏ ସମ୍ପର୍କରେ ଆମକୁ କିଛି କହିନାହାନ୍ତି । ସଭାପତି ନକହିବା ପର୍ଯ୍ୟନ୍ତ ଆମ ଆନ୍ଦୋଳନ ଚାଲୁ ରହିବ

Leave A Reply

Your email address will not be published.