xmas

କାଲିମେଳା ବ୍ଲକ ପକ୍ଷରୁ ପ୍ରତି ଗୁରୁବାର ଦିନ ହେବ ଜନଶୁଣାଣି: ବିଡିଓ

କାଲିମେଳା ତା ୦୮/୦୧: ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ମାସକୁ ଥରେ ପ୍ରତି ସୋମବାର ଦିନ ବିଭିନ୍ନ ବ୍ଲକସ୍ତରରେ ଅଭିଯୋଗ ଶୁଣାଣି ହେଉଥିବା ବେଳେ ପ୍ରଥମ ଥର ପାଇଁ କାଲିମେଳା ବ୍ଲକ ପ୍ରଶାସନ ତରଫରୁ ପ୍ରତି ଗୁରୁବାର ଦିନ ବ୍ଲକ ସ୍ତରରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରାଯିବ ବୋଲି ଆଜି କାଲିମେଳା ଗୋଷ୍ଠୀ ଊନୟନ ଅଧିକାରୀ ପ୍ରଦୀପ କୁମାର କର ସୂଚନା ଦେଇଛନ୍ତି । ଯଦି କେହି କାହାର କିଛି ସମସ୍ୟାକୁ ନେଇ ଅଭିଯୋଗ ଥାଏ ଓ ସେ ସମିତି କାର୍ଯ୍ୟଳୟକୁ ନ ପହଂଚି ପାରୁଛନ୍ତି ତାହା ହେଲେ ସେମାନଙ୍କ ପାଇଁ ସମିତି କାର୍ଯ୍ୟାଳୟ ପକ୍ଷରୁ ଏକ ସୁତନ୍ତ୍ର ୱାଟ୍ସଅପ ନମ୍ବର ଦିଆଯିବ ସେମାନେ ସେଇ ନମ୍ବରରେ ଅଭିଯୋଗ ଜଣାଇପାରିବେ ଓ ତୁରନ୍ତ ତାଙ୍କ ଅଭିଯୋଗ ଗ୍ରହଣ କରି ଅଭିଯୋଗର ସ୍ଥିତି ବିଷୟରେ ଜଣାଇ ଦିଆଯିବ ବୋଲି କାଲିମେଳା ଗୋଷ୍ଟି ଉନୟନ ଅଧିକାରୀ ଏକ ସାମ୍ବାଦିକ ସମିଳନୀ ଦ୍ୱାରା ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସମ୍ମୁଖରେ ଜଣାଇଛନ୍ତି । ଏ ଅବସରରେ କାଲିମେଳା ବ୍ଲକର ସମସ୍ତ ସାମ୍ବାଦିକ ତଥା ପ୍ରଶାନ୍ତ କୁମାର ବିହାରୀ, ଦୁଃଶାସନ ମହାପାତ୍ର, ଜୀବନ କୃଷ୍ଣ ଦାସ, ଶିବବ୍ରତ ଦାସ, ଜିତେନ୍ଦ୍ର ଦାସ, ଦିଲୀପ ଦାସ, ପ୍ରିୟ ରଞ୍ଜନ ପଣ୍ଡା, ବିଦ୍ୟୁତ ବୈରାଗୀ, ବିନାୟକ ଦାସ, ସୁମନ ପାଲ, ଟି. ସତ୍ୟନାରାୟଣ ସୁବୁଦ୍ଧି, ସୌରଭ ମଣ୍ଡଳ, ସନ୍ତୁ ମଲ୍ଲିକ,ପ୍ରମୁଖ ଉପସ୍ଥିତ ଥିଲା ବେଳେ ବ୍ଲକର ବରିଷ୍ଟ କିରାଣୀ କେଶବ ରାଉଳ ଏବଂ ପିଓ ଏମ ଜି ଏନ ଆର୍ ଜି ଏ ବିଭାଗର ସବ୍ୟସାଚୀ ଦାସ ଉପସ୍ଥିତ ଥିଲେ ।

Leave A Reply

Your email address will not be published.