xmas

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ ହେବାକୁ ଥିବା ଏୟାରପୋର୍ଟକୁ ନେଇ ଜିଲ୍ଲାପାଳଙ୍କ ତଦାରଖ ସହ ପ୍ରସ୍ତୁତି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତକାଲି ନୂତନ ବିମାନ ବନ୍ଦରରେ ପରୀକ୍ଷା ମୁଳକ ଭାବେ ପ୍ରଥମ ଥର କରି ଅବତରଣ କରିଛି ସାତ ସିଟେଡ଼ ପ୍ଲେନ, ଏହାକୁ ଦୃଷ୍ଟିରେ ରଖି ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହେବ ଲୋକାର୍ପିତ । ପ୍ରଥମ ଥର ପାଇଁ ମାଲକାନଗିରି ଆକାଶରେ ଉଡିବ ଉଡାଯାହାଜ। ଗତକାଲି ବିମାନ ବନ୍ଦରରେ ଉଡାଜାହାଜ ଅବତରଣ ପାଇଁ ହୋଇଥିଲା ପରୀକ୍ଷା ନିରୀକ୍ଷା ସମସ୍ତ ପ୍ରସ୍ତୁତି ପରେ ପ୍ରଥମ ଥର ପାଇଁ ପରୀକ୍ଷା ମୂଳକ ଭାବେ ଅବତରଣ ହୋଇଥିଲା ଭି ଟି ୧୦୦ ବିମାନ। ଅବତରଣ ପରେ ପାଇଲଟ୍ ସମଗ୍ର ବିମାନ ବନ୍ଦରର ତନଖି କରିଥିଲେ । ଆସନ୍ତାକାଲି ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧକ୍ଷ ଭି କେ ପାଣ୍ଡିଆନ ବିମାନରେ ପହଞ୍ଚି ମାଲକାନଗିରି ବିମାନ ବନ୍ଦରକୁ ଲୋକାର୍ପଣ କରିବେ। ତେଣୁ ଆଜି ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଙ୍କ ସହ ବିଧାୟକ ତଥା ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି ଭାଇ), ପ୍ରକାଶ ମହାନ୍ତି, ବିଧାୟକ ପୁର୍ଣ୍ଣ ଚନ୍ଦ୍ର ବାକା, ଜିଲ୍ଲା ବିଜେଡ଼ି ସଭାପତି ମାନସ ମାଡକାମି ସ୍ଥିତି ପରଖିବା ସହ ଆସନ୍ତାକାଲିର କାର୍ଯ୍ୟକ୍ରମ କିପରି ସଫଳ ହେବ ସେଥିପାଇଁ ସମୀକ୍ଷା କରିଥିଲେ। ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି ।

Leave A Reply

Your email address will not be published.