xmas

ଉତ୍ତର ଭୁବନେଶ୍ବରର ଉଦିତ ସୂର୍ଯ୍ୟ ସ୍ମୃତିରଞ୍ଜନ

ଜନସେବା ପ୍ରଥମ ପ୍ରାଥମିକତା, ମାଟିର ପୁଅ ଜନନେତା
ବିପଦର ବନ୍ଧୁ ଓ ଆମ ଘର ପୁଅ ଆମର

ଭୁବନେଶ୍ୱର, ଗାଁରୁ ସହର (ଶୋଭ କୁମାରଙ୍କ ରିପୋର୍ଟ୍): ଗଣତନ୍ତ୍ର ରାଷ୍ଟ୍ରରେ ପ୍ରତ୍ୟେକ ନାଗରିକଙ୍କର ନିର୍ବାଚନରେ ଭାଗ ନେବା ପାଇଁ ଅଧିକାର ଅଛି କିନ୍ତୁ ସାଧାରଣ ଜନତା ବିଚାର କରିବା ଦରକାର ସେମାନଙ୍କ ସୁବିଧା ଅସୁବିଧା ସମୟରେ କିଏ ସେମାନଙ୍କ ସହିତ ବର୍ଷ ବର୍ଷ ଧରି ରହିବା ସହିତ ବିପଦର ବନ୍ଧୁ ସାଜି ସେବାକୁ ବ୍ରତ ଭାବେ ଗ୍ରହଣ କରି ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର ସାମୁହିକ ବିକାଶ ପାଇଁ ସ୍ୱର ଉଠାଉ ଥିବା ଅନନ୍ୟ ବ୍ୟକ୍ତିତ୍ଵ ଟୁକୁନ ସାର୍ ଓରଫ୍ ସ୍ମୃତିରଞ୍ଜନ ମହାନ୍ତି ଉଦିତ ସୂର୍ଯ୍ୟ ଭାବେ ଜନପ୍ରିୟ ନେତାର ମୁକୁଟ ପିନ୍ଧିବା ସମ୍ପ୍ରତି ସର୍ବଜନ ପ୍ରଶଂସନୀୟ । ରାଜନୀତିର ସବୁ ସ୍ଥାନରେ ଏହାର ସ୍ଥାନୀୟ ସ୍ଵାଦ ଅଛି । ଏବଂ ମାଟିର ପୁଅ ନୀତି ମଧ୍ୟ ସାଧାରଣ ଅଟେ । ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର ମାଟିର ପୁଅ ନହରକଣ୍ଟାର ଶିକ୍ଷାବିତ୍ ତଥା ବିଶିଷ୍ଠ ସମାଜସେବୀ ଟୁକୁନ ସାର୍ ଓରଫ୍ ସ୍ମୃତିରଞ୍ଜନ ମହାନ୍ତିଙ୍କ ଜନସେବା ଆଉ ସହାନଭୂତି ଏବେ ଜନପ୍ରିୟତାର ଶିଖର ଝୁଇଁଛି । ସମାଜସେବାକୁ ବ୍ରତ ଭାବେ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଦର୍ଶ ଭାବେ ବିବେଚନା କରି ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ହଜେଇ ଦେଇଛନ୍ତି । ନିମ୍ନ ବର୍ଗର ଲୋକଙ୍କ ଦେଵଦୂତ୍ ଭାବେ ଉଭା ହୋଇଛନ୍ତି । ସାମଗ୍ରିକ ସମାଜର ମଙ୍ଗଳ ସାଧନ ନିମନ୍ତେ ସ୍ମୃତିରଞ୍ଜନ ବିଜେଡିର ଏକ ସଚ୍ଚୋଟ ସୈନିକ ଭାବେ ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀରେ ଉଦିତ ସୂର୍ଯ୍ୟ ଭାବେ ଉଭା ହୋଇଛନ୍ତି । ନିଜ ମାଟିର ପୁଅ ସ୍ମୃତିରଞ୍ଜନଙ୍କୁ କଲ୍ୟାଣର ବାରିଧ୍ ବର୍ଶୁ ଥିବା ବେଳେ ଜନତାଙ୍କ ପ୍ରୀୟଭାଜନ ଆଉ ଆଦର ସମ୍ପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି ।

ବିଜୁ ଜନତା ଦଳ (ବିଜେଡ଼ି)ର ଶୃଙ୍ଖଳା କର୍ମୀ ଭାବେ ଦଳର ନୀତି ଆଦର୍ଶକୁ ପାଥେୟ କରି ନବୀନ ଓଡ଼ିଶା ଓ ଫାଇଭ- ଟି ଅଧ୍ୟକ୍ଷ କାର୍ତ୍ତିକ ପଣ୍ଡିଆନଙ୍କଙ୍କ ମାର୍ଗଦର୍ଶନରେ ସ୍ମୃତିରଞ୍ଜନ ଜନ କଲ୍ୟାଣ କାର୍ଯ୍ୟରେ ମନନିବେଶ କରି ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ସ୍ଥାୟୀ ଜୀବନଶୈଳୀକୁ ବାସ୍ତବରୂପ ଦେବା ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି । ଏକ ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଦିଗରେ କାର୍ଯ୍ୟ ସହ ଦାୟିତ୍ୱର ଗୁରୁତ୍ଵ ଉପରେ ବିଶ୍ୱାସ ରଖି ସେବା କାର୍ଯ୍ୟ ଜାରି ରଖିବା ଅନ୍ଯ ମାନଙ୍କ ପାଇଁ ଉଦାହରଣ ସ୍ୱରୂପ । ଜନପ୍ରିୟ ସ୍ମୃତି ରଞ୍ଜନ ମାଟିର ପୁଅ ହେତୁ ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀବାସୀ ଆନନ୍ଦ ଅନୁଭବ ସ୍ୱରୂପ ବିପଦର ବନ୍ଧୁ ବୋଲି ସମ୍ବୋଧନ କରୁଥିବା ବେଳେ ପାଞ୍ଚ ପଞ୍ଚାୟତ ଓ ନଈ ସେପାରି ଅଞ୍ଚଳବାସୀ ଆମ ଘର ପୁଅ ଆମର ବୋଲି ଆଶିଷ ପ୍ରଦାନ କରିବା ଆଲୋଚନାର ପ୍ରସଙ୍ଗ ହୋଇଛି । କିଟ୍ ପଟିଆ ଠାରୁ ଆରମ୍ଭ କରି ପାଞ୍ଚ ପଞ୍ଚାୟତ, ୧୨ଟି ୱାର୍ଡ଼ ଅଞ୍ଚଳବାସୀ ମଧ୍ୟ ମାଟିର ପୁଅକୁ ପାଖରେ ପାଇ ଖୁସିବ୍ୟକ୍ତ କରିଛନ୍ତି । ଦୁଃଖୀ ରଙ୍କିଙ୍କ ସେବାରେ ନିୟୋଜିତ ଶିକ୍ଷାବିତ୍ ତଥା ସମାଜସେବୀ ସ୍ମୃତି ରଞ୍ଜନ ମହାନ୍ତି ଏବେ ଉତ୍ତର ଭୁବନେଶ୍ବରର ଅନନ୍ୟ ବ୍ୟକ୍ତି ଭାବେ ଜନାଦୃତ ହେଉଥିବା ଚର୍ଚ୍ଚାର ବିଷୟ ପାଲଟିଛି । ୨୦୨୪ ନିର୍ବାଚନ ପାଇଁ ସ୍ମୃତି ରଞ୍ଜନ ଟିକେଟ ଆଶାୟୀ ଥିବା ଚର୍ଚ୍ଚା ଉତ୍ତର ଭୁବନେଶ୍ବର ରାଜନୀତିକୁ ସରଗରମ କରିଛି । ସ୍ମୃତିରଞ୍ଜନଙ୍କ ଜନସେବା କାର୍ଯ୍ୟ ଜନାଦୃତ ହେଉଛି । ବିପଦର ବନ୍ଧୁ ଭାବେ ଉପନୀତ ହେବା ସହ ସାହାଯ୍ୟ ଆଉ ସହାନଭୂତି ଲୋକଙ୍କ ପାଇଁ ସଂଜୀବନୀ ସଦୃଶ ହେତୁ ସ୍ମୃତି ରଞ୍ଜନ ଲୋକଙ୍କ ନେତା ଭାବେ ଜନପ୍ରିୟ । ସମାଜର ମଙ୍ଗଳ ସାଧନ ପାଇଁ ପାଦ କାଢ଼ି ଥିବା ସ୍ମୃତି ରଞ୍ଜନ ନିଜର ଅଧ୍ୟବସାୟ ଜାରି ରଖିଛନ୍ତି, ଯାହାକୁ ଅସଂଖ୍ୟ ଜନସମର୍ଥନ ମିଳୁଛି ।

Leave A Reply

Your email address will not be published.