xmas

ବିଜେଡି ପକ୍ଷରୁ ଘରେ ଘରେ ଶଙ୍ଖ ଓ ପରିବାର ସଂପର୍କ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଟିତ

ମାଲକାନଗିରି: ଲୋକଙ୍କ ସହ ସମ୍ପର୍କ ହେଉଛି ଆହୁରି ମଜବୁତ। ପ୍ରତି ଘରେ ପହଞ୍ଚୁଛି ବିକାଶର ବାର୍ତ୍ତା। ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ନେତାଜୀ ଜୟନ୍ତୀଠାରୁ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ‘ପରିବାର ସମ୍ପର୍କ ଯାତ୍ରା’। ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ (ମାର୍ଚ୍ଚ ୫ ତାରିଖ) ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହେଉଥିବା ବେଳେ ଆଜି ମାଲକାନଗିରି ନିର୍ବାଚନ ମଣ୍ଡଳୀର ମାଲକାନଗିରି ସଦର ବ୍ଲକର ପାଣ୍ଡ୍ରିପାଣି ଜିଲ୍ଲା ପରିଷଦ ଜୋନ୍ ପେଡାୱାଡା ଗ୍ରାମ ପଞ୍ଚାୟତରେ ଆଜି ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ ଯାତ୍ରା’ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଯୋଗ ଦେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଘରେ ଘରେ ଶଙ୍ଖ ଷ୍ଟିକର ଲଗେଇବା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତ୍ତା ପହଞ୍ଚାଇଥିଲେ । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ପାଣ୍ଡ୍ରି ପାଣି ଜୋନ୍ ସଂଯୋଜକ ପ୍ରଭାକର ପ୍ରଧାନ, ବ୍ଲକ ସଭାପତି ହେମନ୍ତ ପଟନାୟକ, ବରିଷ୍ଠ ବିଜେଡି ନେତା ଡନେଲ ପୋଟଲା, ସରପଞ୍ଚ ସୁଦର୍ଶନ କୋପେ, ଯୁବ ନେତା ବିଜୟ ବୁରୁଦା, ବରିଷ୍ଠ ନେତା ହିମାଂଶୁ ସାମଲ ପ୍ରମୁଖଙ୍କ ସହ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Leave A Reply

Your email address will not be published.