xmas

୧୦୦ରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ

ମାଲକାନଗିରି, ୧୦/୦୨/୨୪: ମାଲକାନଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଲିମେଳା ବ୍ଲକ ର ଭେଙ୍କେଟ୍ ପାଲାମ ଓ ଚିତ୍ରାଙ୍ଗପାଲ୍ଲୀ ଗ୍ରାମ ପଞ୍ଚାୟତରେ ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ ଅଭିଯାନ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ବିଜୁ ଜନତା ଦଳର ମଜଭୁତ ହେଉଛି ଦଳୀୟ ସଙ୍ଗଠନ। ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ସାଜିଛି ଆଦର୍ଶ ଜନସେବାକୁ ସଙ୍କଳ୍ପ ଭାବେ ଗ୍ରହଣ କରି ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ବିଜେପି ଓ କଂଗ୍ରେସ ଦଳର ସଂଖ୍ୟାଧିକ ନେତୃବୃନ୍ଦ ଏବଂ କର୍ମୀ ଦଳ ଛାଡି ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ବଳିଷ୍ଠ ନେତୃତ୍ୱରେ ନିର୍ମଳ ବିଶ୍ୱାସ, ଗୌତମ ମଣ୍ଡଳ, ମୁକୁନ୍ଦ ବାକଚି, ଇର୍ମା ମାଡକାମୀ, ତପନ ମଣ୍ଡଳ, ପ୍ରଶାନ୍ତ ଗାଇନ ପ୍ରମୁଖଙ୍କ ସହ ୧୦୦ରୁ ଉର୍ଦ୍ଧ୍ବ କର୍ମୀ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଆଜିର ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ଜିଲ୍ଲା କାର୍ଯ୍ୟକାରୀ ସଭା ଦୁର୍ଗା ତ୍ରିପାଠୀ, ବିଜୁ ମହିଳା ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷୀକା ଲୋରା ମହାପାତ୍ର, ମାଲକାନଗିରି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଦଶରଥ ମହାନ୍ତ, ବିଜୁ ଜନତା ଦଳ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଉପଦେଷ୍ଟା ତପନ ସାନା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ସାଧାରଣ ସମ୍ପାଦକ ପତିତ ପାବନ ବୈଦ୍ୟ, ବରିଷ୍ଠ ବିଜେଡି ନେତା ବାବାଜୀ ମଲ୍ଲିକ, କାଲିମେଳା ବ୍ଲକ ସଭାପତି ଶରତ ଚନ୍ଦ୍ର ବିଶ୍ୱାଳ, ମାଲକାନଗିରି ବ୍ଲକ ସଭାପତି ହେମନ୍ତ ପଟନାୟକ ପ୍ରମୁଖଙ୍କ ବିଜୁ ଜନତା ଦଳର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.