xmas

ତିନି ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ମାଲକାନଗିରି,୧୧/୨/୨୪: ମାଲକାନଗିରି ଜ଼ିଲ୍ଲା ବେଡ଼ମୀଣ୍ଟନ ଆସୋସିଏସନ ପକ୍ଷରୁ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୯ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଶେଷ ପର୍ଯ୍ୟାୟ ମ୍ୟାଚ ଖେଳା ଯାଇ ଉଦଯାପିତ ହୋଇଛି l ଏଥିରେ ବିଭିନ୍ନ ବର୍ଗର ଖେଳାଳି ମାନେ ଅଂଶଗ୍ରହଣ କରିବା ସହ ଡବଲ ଓ ସିଙ୍ଗଲ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରିବାରେ ସଫଳ ହୋଇଥିଲେ l ଏହି ଟୁର୍ଣ୍ଣାମେଣ୍ଟଟର ସମସ୍ତ ମ୍ୟାଚ ସଦର ମହକୁମା ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଖେଳାଯାଇଥିଲା l ଆଜିର ଶେଷ ଦିବସ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା ଉପସ୍ଥିତ ରହି ବିଜୟତା ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନର କର୍ମକର୍ତା ଓ ଅନ୍ୟାନ୍ୟ ଅଧିକାରୀ କ୍ରୀଡାବିତ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.