xmas

ବିଜେଡିର ମିଶ୍ରଣ ପର୍ବ

ମାଲକାନଗିରି: ମାଲକାନଗିରି ନିର୍ବାଚନ ମଣ୍ଡଳୀ କାଲିମେଳା ବ୍ଲକର ଭୁବନପାଲ୍ଲୀ ଅନ୍ତର୍ଗତ ଏମଭି-୯୬ ଗ୍ରାମରେ ଆଜି ମାଲକାନଗିରି ବିଜୁ ଜନତା ଦଳ ତରଫରୁ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ଵରେ ନୂଆ ଓଡ଼ିଶା ଗଠନରେ ଭାଗୀଦାର ହେବା ସହ ଲୋକଙ୍କ ପାଇଁ କାମ କରିବା ଲକ୍ଷ୍ୟ ନେଇ ମାଲକାନଗିରି ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ଦୁର୍ଗା ତ୍ରିପାଠୀଙ୍କ ନେତୃତ୍ୱରେ ସ୍ୱାମୀ ବିବେକାନନ୍ଦ ଯୁବକ ସଂଘର ସମସ୍ତ ସଦସ୍ୟ ମାନେ ରାଜୁ ହଲଦାର, ବିଷ୍ଣୁ ବିଶ୍ୱାସ, ପ୍ରତାପ ମଣ୍ଡଳ, ସୁମନ ବିଶ୍ୱାସ, ଠାକୁର ଦାସ ମଣ୍ଡଳ, ସନୁ ସିଂ ସୁଦୀପ ହାଲଦାର, ବସନ୍ତ ମଣ୍ଡଳ, ରାହୁଲ ବେପାରୀ ପ୍ରମୁଖଙ୍କ ସହ ୨୪ ଜଣ ସଦସ୍ୟ ସକ୍ରିୟ ଭାବେ ବିଜେପିର କାର୍ଯ୍ୟ କରୁଥିଲେ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଜିଲ୍ଲା ସଭାପତି ମାନସ ମାଡକାମିଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଆଜିର ଉକ୍ତ ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ମାଲକାନଗିରି ବିଜୁ ମହିଳା ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷୀକା ଲୋରା ମହାପାତ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତ ପାବନ ବୈଦ୍ୟ, କାଲିମେଳା ବ୍ଲକ ସଭାପତି ଶରତ ଚନ୍ଦ୍ର ବିଶ୍ୱାଳ ପ୍ରମୁଖଙ୍କ ସହ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଓ ସ୍ୱାମୀ ବିବେକାନନ୍ଦ ଯୁବକ ସଂଘର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.