xmas

ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି, ୧୧/୦୨/୨୪: ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଗ୍ରାମ୍ୟ ବିକାଶରେ ନୂଆ ଅଧ୍ୟାୟ ଯୋଡିଛି। ଏହି ଯୋଜନା ଅଧୀନ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ ଜରିଆରେ ପ୍ରତିଟି ଗ୍ରାମାଞ୍ଚଳ ଲୋକଙ୍କ ଜୀବନରେ ରୂପାନ୍ତରଣ ଆସିଛି । ପ୍ରତିଟି ବିକଶିତ ଗାଁ ହେବ ସଶକ୍ତ ଓଡ଼ିଶାର ପ୍ରତିଛବି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କରିଥିବା ବେଳେ ଲକ୍ଷ୍ମୀ ଯୋଜନାରେ ସମସ୍ତ ଗ୍ରାମକୁ ଲକ୍ଷ୍ମୀ ବସ ଚଳାଚଳ କରିବା ଓ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଅନୁଦାନ ମାଧ୍ୟମରେ ଖେଳ, ରାସ୍ତା ଘାଟ, ବିଦ୍ୟାଳୟର ଉନ୍ନତି କରଣ, ଡିଜିଟାଲ ଭିତିଭୂମିର ଉନ୍ନତିକରଣ, ଜଗନ୍ନାଥ ସଂସ୍କୃତିର ଉନ୍ନତି କରଣ ଓ ପ୍ରଚାର, ପ୍ରସାର ଭଳି ବିଭିନ୍ନ ଉନ୍ନତିକରଣ ଯୋଜନା କରିଛନ୍ତି । ଆଜି ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ବୀରଲକ୍ଷ୍ମଣପୁର ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମରେ ବୀରଲକ୍ଷ୍ମଣପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ନୀଳକଣ୍ଠ ଝୋଲାଙ୍କ ଅଧ୍ୟକ୍ଷତାରେ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ନାରାନ ହାସଦା, ବ୍ଲକ ପ୍ରଗତି ସହାୟକ ଶଙ୍କର୍ଷଣ ଖଣ୍ଡୁଆଳ, ବୀରଲକ୍ଷ୍ମଣପୁର ସମିତି ସଭ୍ୟା ଲିଲି ଖରା, ବୀରଲକ୍ଷ୍ମଣପୁର ନୟାବ ସରପଞ୍ଚ, ଗଙ୍ଗଲା ସରପଞ୍ଚ ସୁଦର୍ଶନ କୋପେ, ବରିଷ୍ଠ ବିଜେଡି ନେତା ହିମାଂଶୁ ସାମଲ, ବିଜେଡି ମିଡିଆ ସଂଯୋଜକ ସଦାନନ୍ଦ ଖରା, ବରିଷ୍ଠ ନେତା ମୋହନ ଲାଲ ଛତ୍ରୀ, ବୀରଲକ୍ଷ୍ମଣପୁର ଗ୍ରାମ ପଞ୍ଚାୟତ ସମସ୍ତ ୱାର୍ଡ ସଭ୍ୟା, ସଭ୍ୟ, ବୀରଲକ୍ଷ୍ମଣପୁର ଗ୍ରାମ ପଞ୍ଚାୟତର ବରିଷ୍ଠ ବୁଦ୍ଧିଜୀବୀ, ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ, ମାଲକାନଗିରି ବ୍ଲକର ସମସ୍ତ ପଦାଧିକାରୀ ଏବଂ ସମସ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖଙ୍କ ସହ ଏକ ହଜାରୁ ଉର୍ଦ୍ଧ୍ବ ଜନ ସାଧାରଣ ଉପସ୍ଥିତ ଥିବା ବେଳେ ଆଜିର କାର୍ଯ୍ୟକ୍ରମ ଆମ ଓଡ଼ିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମକୁ ବୀରଲକ୍ଷ୍ମଣପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭ୍ରାଂଶୁ ନାୟକ ଆୟୋଜନ କରିବା ସହ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଛନ୍ତି ।

Leave A Reply

Your email address will not be published.