xmas

ପର୍ଯ୍ୟଟନ ସ୍ଥଳୀର ପ୍ରଚାର ପ୍ରସାର ପାଇଁ ଚଳଚିତ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସହ ୨୧ ଜଣ ସୁପର ବାଇକ୍ ରାଇଡର ମାଲକାନଗିରିରେ

ମାଲକାନଗିରି ତା ୨୩/୦୨/୨୪: ପର୍ଯ୍ୟଟନ ସ୍ଥଳୀର ବିକାଶ ଓ ପ୍ରଚାର ପ୍ରସାର ନିମନ୍ତେ ଚଳଚିତ୍ର ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ତାଙ୍କର ୨୧ ଜଣିଆ ସୁପର ବାଇକ ରାଇଡର ସହ ଆଜି ମାଲକାନଗିରି ଜିଲ୍ଲାର ଯଦୁଗୁଡା ଓ ସତୀଗୁଡା ଇକୋ ପାର୍କ ପରିଦର୍ଶନ କରିଛନ୍ତି । ଦୁଇଟି ସବୁଜ ଉଦ୍ୟାନ ଦେଖି ଖୁସି ପ୍ରକଟ କରିବା ସହ ଏହାର ବିକାଶ ଦିଗ ପ୍ରତି ଗୁରୁତ୍ୱ ଦେଇ ମାଲକାନଗିରି ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ କିପରି ଦେଶ ବିଦେଶର ପର୍ଯ୍ୟଟକଙ୍କ ପ୍ରତି ଆକୃଷ୍ଟ କରିବ ସେଥି ପ୍ରତି ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହ ଆଲୋଚନା କରିବେ ବୋଲି କହିଛନ୍ତି। ସତୀଗୁଡା ଇକୋ ପାର୍କଠାରେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କତ୍ତାପାଲ୍ଲୀ, ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କ ସମେତ ବନ କର୍ମଚାରୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଅଭିନେତା ତଥା ପୂର୍ବତନ ସଂସଦଙ୍କୁ ଦେଖିବା ଓ ସେଲ୍ଫି ନେବା ପାଇଁ ଆଜି ଶତାଧିକ ଯୁବଗୋଷ୍ଟିଙ୍କ ଭିଡ଼ ଜମିଥିଲା । ଏ ଅବସରରେ ଅଭିନେତା ଶ୍ରୀ ମହାପାତ୍ର ଓ ତାଙ୍କ ଦଳ ସୁପର ବାଇକ ସୋ ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.