xmas

ଜିଲ୍ଲାପାଳଙ୍କ ପଡ଼ିଆ ବ୍ଲକ ଗସ୍ତ ସହ ବିଭିନ୍ନ ଯୋଜନାର କଲେ ସମୀକ୍ଷା

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ ସଚିନ ପାୱାର ଜିଲ୍ଲାର ପଡିଆ ବ୍ଲକକୁ ଗ୍ରସ୍ତ କରି ବିଭିନ୍ନ ଯୋଜନା ସମୀକ୍ଷା କରିଛନ୍ତି । ପଡିଆ ବ୍ଲକ ଗ୍ରସ୍ତରେ ଯାଇ ଜିଲ୍ଲାପାଳ ସ୍ଦେଠାରେ ଥିବା ମିଶନ ଶକ୍ତି କାଫେ ପରିଦର୍ଶନ କରିଛନ୍ତି । କାଫେ ବୁଲି ଦେଖିବା ସହ ଏହାର ପରିଚାଳନା ଦାଇତ୍ଵରେ ଥିବା ଏସଏଚଜି ମହିଳା ମାନଙ୍କ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଏହା ସହ ସ୍ଥାନୀୟ ପଡିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗସ୍ତ କରି ସେଠାରେ କିପରି ରୋଗୀ ସେବା ଯୋଗାଇ ଦିଆଯାଉଛି ସେନେଇ ମଧ୍ୟ ତଦାରଖ କରି ଅଧିକାରୀ ଡାକ୍ତରଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା ଓ ସମୀକ୍ଷା କରିଥିଲେ । ପରେ ପରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓ ଅଭିମନ୍ୟୁ କବି ଶତପଥୀଙ୍କ ସହ ବ୍ଲକ ସଭାଗୃହ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ତାଙ୍କର ଏହି ଗ୍ରସ୍ତ ସମୟରେ ପଡିଆ ବିଡିଓ ଶ୍ରୀ ଶତପଥୀ ଏବଂ ବ୍ଲକର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.