xmas

ଅବକାରୀ ବିଭାଗ ଦ୍ୱାରା ଗଞ୍ଜେଇ ଜବତ ଓ ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଅବକାରୀ ଷ୍ଟେସନ ଓଆଇସି ପ୍ରଭାକର ସେଠୀଙ୍କ ତତ୍ୱାବଧାନରେ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲା ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦେଶ କ୍ରମେ ଓ ଅବକାରୀ ନିରୀକ୍ଷକ ସନ୍ତୋଷ କୁମାର ବଳ, ମାଲଲକାନଗିରି ରେଞ୍ଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଶେଷ ସୁତ୍ରରୁ ଗଞ୍ଜେଇ ଗଛିତ ଥିବା ଖବର ପାଇ ମାଥିଲି ଅବକାରୀ ଷ୍ଟେସନ ଓଆଇସି ପ୍ରଭାକର ସେଠୀ ମାଥିଲି ଥାନା ଅନ୍ତର୍ଗତ ସେମିଳିଗୁଡା ଗ୍ରାମ ନିକଟ ଜଙ୍ଗଲରେ ଚଢାଉ କରିଥିଲେ । ଏହି ଚଢାଉ ସମୟରେ ଜଙ୍ଗଲ ମଧ୍ୟରେ ୬ଟି ବସ୍ତା ସହ ଜଣେ ବ୍ୟକ୍ତି ଏହି ଗଞ୍ଜେଇକୁ ଅନ୍ୟତ୍ର ଚାଲାଣ କରିବା ପାଇଁ ଜଗିଥିବା ଅବକାରୀ କର୍ମଚାରୀ ଦେଖି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହ ୬ ଗୋଟି ବସ୍ତାକୁ ଜବତ କରିଥିଲେ । ଉକ୍ତ ବସ୍ତାରୁ ମୋଟ ୧୫୬ କେଜି ଗଞ୍ଜେଇ ଥିବା ଜଣା ପଡିଥିବା ବେଳେ ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୧୫,୬୦.୦୦୦ ଟଙ୍କା ହେବ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଗିରଫ ବ୍ୟକ୍ତି ହେଲେ ମାଥିଲି ଥାନା ଅଞ୍ଚଳର ଲୁନଖାରୀ ସିମିଳିଗୁଡା ଗ୍ରାମର ଘାସିଆ କିର୍ସାନୀ, ଆଜି ଆସାମୀଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଅବକାରୀ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.